Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ ମାଟ୍ରୀକ୍ ରେଜଲ୍ଟ ୯୮ ଶତକଡା ପାସ୍ ଏୱାନ୍ ଜିରୋ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଚଳିତ ବର୍ଷ ମାଟ୍ରିକ୍ ପରିକ୍ଷା ଫଳ ଆଜି ବାହାରି ଥିବା ବେଳେ ପାସ ହାର ୯୮ ଶତକଡା ରହିଛି।ସମୁଦାୟ ୧୦୧୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୯ ଜଣ ଫେଲ ହୋଇଥିବା ସୁଚନା ମିଳିଛି।ସାଙ୍ଗାନ୍ନା ହାଇସ୍କୁଲର ୧୫୧ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିବା ବେଳେ ଜଣେ ଫେଲ୍ ହୋଇଥିବା ବେଳେ୧୫୦ ଜଣ ପାସ୍,
ୟୁଏନ୍ ରାଜୁ ବାଳିକା ବିଦ୍ୟାଳୟର ୫୨ ଜଣ ଛାତ୍ରୀ ପରିକ୍ଷା ଦେଇଥିବା ବେଳେ ୫୨ ଜଣ ପାସ୍ ,
ମିନାପାଇ ବାଳିକା ବିଦ୍ୟାଳୟର ୫୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍,ଲୁଲୁପଦର ହାଇସ୍କୁଲର ୩୮ରୁ ୩୫ ଜଣ ପାସ୍ ,ପଞ୍ଚଡା ହାଇସ୍କୁଲର ୧୦୨ରୁ ୧୦୨ ପାସ୍ ,ଗିର୍ଲିପୁଟ୍ ହାଇସ୍କୁଲର ୧୫ ଜଣ ପରୀକ୍ଷା ଦେଇ ଥିବା ବେଳେ ଜଣେ ଫେଲ୍ ଓ ୧୪ ଜଣ ପାସ୍ ,କୁସୁମଗୁଡା ହାଇସ୍କୁଲର ୪୯ ଜଣ ପରିକ୍ଷା ଦେଇଥିବା ବେଳେ ତିନି ଜଣ ଫେଲ ଓ ୪୬ ଜଣ ପାସ୍,ଗୌଡଗୁଡା ହାଇସ୍କୁଲର ୩୫ ଜଣ ପରିକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍,ତୟାପୁଟ ନେତାଜି ହାଇସ୍କୁଲର ୩୯ ଜଣ ପରିକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ ,ତୁନପାର ହାଇସ୍କୁଲର ୫୭ ଜଣଙ୍କ ମଧ୍ୟରୁ ୫୬ ପାସ୍,ଧରଡା ହାଇସ୍କୁଲର ୬୭ ଜଣଙ୍କ ମଧ୍ୟରୁ ୬୨ ପାସ୍,ଉପରକୁଟିଙ୍ଗା ହାଇସ୍କୁଲର ୩୪ ଜଣଙ୍କ ମଧ୍ୟରୁ ୩୨ ପାସ୍,ବୁର୍ଜା ହାଇସ୍କୁଲର ୭୬ ଜଣଙ୍କ ମଧ୍ୟରୁ ସମସ୍ତେ ପାସ୍,ଚମ୍ପି ହାଇସ୍କୁଲର ୮୫ ଜଣଙ୍କ ମଧ୍ୟରୁ ୮୩ ପାସ୍,କାକିରିଗୁମା ହାଇସ୍କୁଲର ୧୧୭ରୁ ୧୧୭ଜଣ ପାସ୍ ହୋଇଛନ୍ତି।ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷାରେ ଉନ୍ନତିକରଣ ନିମନ୍ତେ ବ୍ଲକରେ ଥିବା ସମସ୍ତ ହାଇସ୍କୁଲ୍ ଗୁଡିକୁ କୋଟି କୋଟି ଟଙ୍କା ଖର୍ଚ କରି ୫-ଟି ମାଧ୍ୟମରେ ରୁପାନ୍ତିକରଣ କଲେ ହେଲେ ବ୍ଲକରେ ଜଣେ ହେଲେ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ୍ ପାଇ ନଥିବା ଦୁର୍ଭାଗ୍ୟ ଜନକ କଥା ବୋଲି ସାଧାରଣରେ ମତ ପ୍ରକାସ ପାଇଥିବା ବେଳେ ପଞ୍ଚଡା ହାଇସ୍କୁଲ ର ଜଣେ ମାତ୍ର ଛାତ୍ର ଟିଟନ ବିଷୋଈ ଏ୨ ଗ୍ରେଡ ରେ ଉତିର୍ଣ ହୋଇଛନ୍ତି।