Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାନପାଲି ଠାରେ ଶିଶୁ ସୁରକ୍ଷା ଖୋଲାମଞ୍ଚ ;ବନ୍ଦ ପଡ଼ିଥିବା ସ୍କୁଲକୁ ପୁନଃ ଚାଲୁ କରିବା ଦାବି ..

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ଗ୍ରାମ ପଞ୍ଚାୟତର ପାନପାଲି ଗ୍ରାମ ଠାରେ ଚାଇଲ୍ଡଲାଇନ କୁଚିଣ୍ଡା ତରଫରୁ ଶିଶୁ ସୁରକ୍ଷା ଖୋଲାମଞ୍ଚ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଚାଇଲଡ ଲାଇନ ଉପଦେଷ୍ଟା ସୁବାଷ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାନପାଲି ଗ୍ରାମର ୱାର୍ଡ ସଭ୍ୟ ଗୋପାଳ ପ୍ରଧାନ, ଅଙ୍ଗୱାଡ଼ି କର୍ମୀ ବିଳାସ କାଉ, ସୁମିତ୍ରା ବାଘ, ସିଆରପି ଧରିତ୍ରୀ ମାଝୀ, ଆଶା କର୍ମୀ ପ୍ରଭାତୀ ଧାନ, ପ୍ରାଣୀମିତ୍ର ସୁନିତା ପଟେଲ, କୃଷିମିତ୍ର ବିଶାଖା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚାଇଲ୍ଟ ଲାଇନ କର୍ମୀ ନାମାନି ହେମରମ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଗଣ ଶିଶୁ ସୁରକ୍ଷା ଖୋଲାମଞ୍ଚ ସଭାରେ ନିଜସ୍ଵ ଅଭିମତ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନା ଚକ୍ରରେ ଚାଇଲଡ ଲାଇନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସମ୍ବଲପୁର କାର୍ଯ୍ୟ କରୁଥିବା ସେବା ଯତ୍ନ ଏବଂ ଥଇଥାନ ସମ୍ୱନ୍ଧୀୟ ସୂଚନାକୁ ଚାଇଲଡ ଲାଇନର କର୍ମୀ ଗଣ ସୂଚନା ପ୍ରଦାନ କରିଥିଲେ। ପାନପାଲି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଦସଘରିଆ ଠାରେ ବିଦ୍ୟୁତିକରଣ ସହିତ ପାଚେରୀ ଆବଶ୍ୟକ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁନଃଉଦ୍ଧାର ନିମନ୍ତେ ସଭାରେ ଗ୍ରାମବାସୀ ଦାବି କରିଥିଲେ। ଏଥିରେ ଗ୍ରାମର କିଶୋର, କିଶୋରୀ ବାଳିକା, ମା ଲକ୍ଷ୍ମୀ, ଧରିତ୍ରୀ, ସରସ୍ବତୀ, ମା’ ବୀଣାପାଣି, କ୍ରିଷ୍ଣା, ଅମ୍ବିକା ଏବଂ ଭାଗ୍ୟଶ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ। ଚାଇଲଡ଼ ଲାଇନ କର୍ମୀ ଭୂମିଶ୍ଵେତା ଧୂରୁଆ ପରିଚାଳନାରେ ସହଯୋଗ କରିଥିଲେ।