ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ; ନିର୍ଭର ପ୍ରତିଶ୍ରୁତି ପରେ ହେବାକୁ ଥିବା ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ସ୍ଥଗିତ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ ସାଙ୍ଗକୁ କୌଣସି ଲାବୋରେଟରି କ୍ରିୟାଶୀଳ ନଥିବା ଯୋଗୁଁ ଆଜି ଛାତ୍ରୀଛାତ୍ର ମାନେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ହେଉଥିଲେ। ତେବେ ସୂଚନା ପାଇ ଉପ- ଜିଲ୍ଲାପାଳ ସରଭରାନ.ସି ନିର୍ଦ୍ଦେଶ କ୍ରମେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠୀ, ତହସିଲଦାର ପ୍ରଭିଣା ବିଲୁଙ୍ଗ ଏବଂ ଗୋଷ୍ଠି ମଙ୍ଗକ ଅଧିକାରୀ ଐଶର୍ଯ୍ୟ ନାୟକ ସ୍କୁଲକୁ ଆସି ଛାତ୍ରୀଛାତ୍ରଙ୍କୁ ବୁଝା ସୁଝା କରୁବା ସହ ଆସନ୍ତା ୨ ଦିନ ମଧ୍ୟରେ ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ହେବାକୁ ଥିବା ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ହୋଇ ଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ, ଅନୁଷ୍ଠାନ ଟି ଗତ ୨୦୨୧ ମସିହାରୁ ତହସିଲଭୁକ୍ତ ଜନଜାତି ଓ ତହସିଲଭୁକ୍ତ ଜାତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଅନେକ ସମସ୍ୟା ଭିତରେ ଗତି କରୁଛି। ଗରିବ ଆଦିବାସୀ ଛାତ୍ରୀଛାତ୍ର ମାନେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇ ଶିକ୍ଷା ଓ ପ୍ରତିଭା ଦିଗରେ ଉନ୍ନତି କଳ୍ପେ ବ୍ୟବସ୍ଥା କରୁଥିବା ବେଳେ ଏଠି ସେ ସବୁ ସୁବିଧା ତଳ ସ୍ତରକୁ ଚାଲି ଯାଉଛି। ପ୍ରାୟ ୫ ବର୍ଷରୁ ଅଧିକ ସମୟ ବିତି ଯାଇଥିବା ଏବଂ ଏଠାରୁ ୩ ଟି ବ୍ୟାଚ ପାସ କରି ଚାଲିଯାଇଥିବା ବେଳେ ଅଦ୍ୟାବଧି ଲବୋରେଟରି ଟିଏ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ବର୍ତ୍ତମାନ ଅନୁଷ୍ଠାନରେ ମୋଟ ୧୦୬ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ବେଳେ ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କ ସଂଖ୍ୟା ୭୫ ଥିବା ବେଳେ ଦ୍ଵିତୀୟ ବର୍ଷର ଛାତ୍ରୀ ଛାତ୍ରଙ୍କ ସଂଖ୍ୟା ୩୧ ରହିଛି। ଏଥିସହ ଗତ ଜୁନ ମାସରୁ ଜଣେ ଫିଜିକ୍ସ ଅଧ୍ୟାପକ ଚାକିରି ରୁ ଇସ୍ତାପା ଦେଇ ଦେଇଥିବା ବେଳେ ୫ ମାସ ହେଲା ଉକ୍ତ ପାଠ ପଢାରୁ ପିଲାମାନେ ବଞ୍ଚିତ ହୋଇଛନ୍ତି। ସେହିପରି ଜଣେ ଗଣିତ ଅଧ୍ୟାପିକା ୨ ବର୍ଷ ପାଖାପାଖି ଦିନ ହେବ ଏଠାରେ ଯୋଗଦାନ କରିବା ପରଠାରୁ ଅଧିକ ସମୟ ଧରି ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ଯୋଗୁ ଅନୁପସ୍ଥିତ ରହୁଥିବା ବେଳେ ଉକ୍ତ ବିଷୟ ମଧ୍ୟ ପାଠ ପଢା ହୋଇ ପାରୁନାହିଁ। ମାସ ମାସ ଧରି ଏଭଳି ସମସ୍ୟା ରହି ଆସୁଥିବା ବେଳେ ଅବିଭାବକ ଅବିଭାବିକା ମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନ କରାଯାଉନାହିଁ। ଉକ୍ତ ଅଧ୍ୟାପିକା ମଧ୍ୟ କିଛି ଦିନ ପୂର୍ବରୁ ଇସ୍ଥାଫା ଦେଇଛନ୍ତି। ଗଣିତ ପାଠ ମଧ୍ୟ ପଢାଯାଉନହିଁ। ତେବେ ଖୁବ୍ ଶୀଘ୍ର ଏହାର ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ଅଭିଭାବକ ମହଲରେ ଆଗରୁ ପ୍ରଶାସନ ପାଖରେ ଜଣାଇଥିଲେ। ତା ସତ୍ବେ ସମସ୍ୟାର ସମାଧାନ କରାଗଲା ନାହିଁ। ତେଣୁ ଛାତ୍ରୀ ଛାତ୍ରମାନେ ଆଜି ଆନ୍ଦୋଳନ କରିବା ପାଇଁ ସଜବାଜ ହେଲା ବେଳେ ପ୍ରଶାସନ କର୍ତ୍ତୃପକ୍ଷ ଆସି ବୁଝା ସୁଝା କରି ପିଲା ମାନଙ୍କୁ ଶ୍ରେଣୀରେ ବସିବା ପାଇଁ ଅନୁରୋଧ କରିଥିଲେ।