ଜମନକିରା ଥାନାରେ ସାଇବର ସଚେତନ ଶିବିର ଅନୁଷ୍ଠିତ

ଜମନକିରା : ଜମନକିରା ଥାନାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିଅମ ଠାରେ ସାଇବର ରଥ ର ଶୁଭଉଦଘାଟନ କରିଥିଲେ। ଏଇ ଅବସରରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପରିସରରେ ଆଇଆଇସି ପଦ୍ମାଳୟା ସାହୁଙ୍କ ତତ୍ୱାବଧାନରେ ସାଇବର ଠକେଇ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଇ ଶିବିରରେ ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ, ସଚେତନ ନାଗରିକ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚେତନ ରଥର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୁ ଉପସ୍ଥିତ ସମସ୍ତେ ଟେଲିଭିଜନ ମାଧ୍ୟମରେ ଦେଖିଥିଲେ। ସାଇବର ସଚେତନତା ରଥ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଓଡିଶା ର ପ୍ରତ୍ୟେକ ଜିଲ୍ଲା କୁ ଯାଇ ଜନ ସାଧାରଣ ଙ୍କୁ ସଚେତନ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନି ଉତ୍ସବରେ ପ୍ରକାଶ କରିଥିବା ବେଳେ ଏଠାରେ ସମସ୍ତେ ସଂକଳ୍ପ କରିଥିଲେ। ଶେଷରେ ଏସଆଇ ମନୋରଞ୍ଜନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଏସଆଇ ସନ୍ତୋଷ ସ୍ୱାଇଁ, ଏଏସଆଇ କିଶୋର କୁମାର ସାହୁ, ଏଏସଆଇ ନିରଞ୍ଜନ ପ୍ରଧାନ, ହାବିଲଦାର ସ୍ଵାଧୀନ କୁମାର ବେହେରା ଙ୍କ ସମେତ ସମସ୍ତ ପୋଲିସ କନଷ୍ଟେବଳ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।