ଭୋଜପୁର କଲେଜ ରେ ସମ୍ବର୍ଦ୍ଧନା ପର୍ବ ଉଦଯାପିତ

ଜମନକିରା : ଭୋଜପୁର କଲେଜ ରେ ଆଜି ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ରାଜ୍ୟସ୍ତରୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା ରେ ଚାମ୍ପିୟନ ହୋଇ ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଥିବା ଦୁଇ ଛାତ୍ର ଜୟକୃଷ୍ଣ ଗରଡ଼ିଆ ଓ ପ୍ରୟାସ ରଞ୍ଜନ ବାଘ ତଥା ରାଜ୍ୟ ଯୁକ୍ତ ଦୁଇ କାଉନସିଲ ଦ୍ୱାରା ଆୟୋଜିତ ଟାଇକୋଣ୍ଡୋ ପ୍ରତିଯୋଗିତା ରେ ଚାମ୍ପିୟନ ହୋଇଥିବା ଛାତ୍ର ଶ୍ରୀ ମିତେଶ ଖରସେଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳ ଅଧ୍ୟକ୍ଷତା କରିଥିଲେ l ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ଆଦର୍ଶ ଶିକ୍ଷକ ଲକ୍ଷପତି ନନ୍ଦ ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବରେ ଖେଳିବାକୁ ପ୍ରବାର୍ତ୍ତାଇଥିଲେ l ସେହିପରି ସାମ୍ବାଦିକ ତଥା ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଭା ବିକାଶ ଅଭିଯାନର ମୁଖ୍ୟ ପ୍ରଭାତ ବେହେରା ଛାତ୍ରଛାତ୍ରୀ ଖେଳକୁଦ ମାଧ୍ୟମରେ ମଧ୍ୟ କ୍ୟାରିୟର ଗଢି ପାରିବେ ବୋଲି ଉଦବୋଧନ ଦେଇଥିଲେ l ଓଡ଼ିଆ ବିଭାଗ ଅଧ୍ୟାପକ ଜନ୍ମେଜୟ କୁମୁରା ସଭା ପରିଚାଳନା କରିଥିଲେ l ଖେଳଶିକ୍ଷକ ଦେବେନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସଭା ପରିଚାଳନାରେ ସହାୟତା କରିଥିଲେ l