Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ମହାସମାରୋହରେ ପାଳିତ ହେଲା କରଣ ସମାଜ ର ଛିତ୍ରଗୁପ୍ତ ପୂଜା

ଜମନକିରା : ଜମନକିରା ସଦର ମହକୁମାରେ ଆଜି ମହାସମାରୋହରେ ପାଳିତ ହେଲା କରଣ ସମାଜର ଇଷ୍ଟଦେବତା ଛିତ୍ରଗୁପ୍ତଙ୍କ ପୂଜା। ଏଥିରେ ପୂଜକ ଭାବେ ପଣ୍ଡିତ ରାଣା ପ୍ରତାପ ପାଢ଼ୀ ପୌରୋହିତ କର୍ମ କରିଥିବା ବେଳେ କର୍ତ୍ତା ଭାବେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ ଏବଂ ତାଙ୍କ ଧର୍ମପତ୍ନୀ ବିଜୟା ଲକ୍ଷ୍ମୀ ଦାନୀ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ଗତ ୧୯୯୦ ମସିହାରୁ ଶୁଭାରମ୍ଭ ହୋଇଥିବା ଏହି ଛିତ୍ରଗୁପ୍ତ ପୂଜା ଚଳିତ ବର୍ଷ ୩୫ ବର୍ଷରେ ପଦାର୍ପଣ କରି ସାରିଛି। ଏହି ସମାରୋହରେ ଜମନକିରା ଗ୍ରାମର ୪୦ ପରିବାର ରହିଥିବା ବେଳେ ପ୍ରାୟ ୨ ଶହ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏହି କ୍ରମରେ ଆଜି ପୂର୍ବାହ୍ନ ସାଢେ଼ ୫ ଟା ସମୟରେ କଳସ ଯାତ୍ରା କରାଯାଇ ସ୍ଥାପନ କରାଯାଇଥିବା ବେଳେ ପୂଜାରମ୍ଭ ସାଢେ଼ ୧୦ ଟାରେ ଆରମ୍ଭ ହୋଇ ସାଢେ଼ ୧ ଟାରେ ସମାପନ ହୋଇଥିଲା। ପରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଲ ଏଥିରେ ସମାଜ କମିଟିର ସଭାପତି ଅଶୋକ କୁମାର ଦାନୀ, ସମ୍ପାଦକ ଟୁନୁ ସାହାଣୀ, ସ୍ନେହାଶିସ ପଟ୍ଟନାୟକ, ସୋରଭ ପଟ୍ଟନାୟକ, ପ୍ରିତମ କୁମାର ଦାନୀ, ବିବେକ ବହିଦାର, ମୌସମ ପଟ୍ଟନାୟକ, ଅବିନାଶ ଦାନୀ ପ୍ରମୁଖ ପରିଚାଳନା କରିଥିବା ବେଳେ ରଞ୍ଜିତା ଦାନୀ, ମଧୁମିତା ବହିଦାର, ସରସ୍ଵତୀ ସାହାଣୀ, ମୀରା ସାହାଣୀ, ସବିତା ପଟ୍ଟନାୟକ, ଶୁଭଶ୍ରୀ ପଟ୍ଟନାୟକ, ଇତିପ୍ରୀୟା ପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories