ଜମନକିରା ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟରେ ସାଇବର କ୍ରାଇମ୍ ନେଇ ସଚେତନତା ଶିବିର ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସାଇବର କ୍ରାଇମ୍ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥ ବ୍ଲକ ଅଞ୍ଚଳରେ ପରିଭ୍ରମଣ କରି ପ୍ରଜେକ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୮ ତାରିଖ ଦିନ କଳିଙ୍ଗ ଷ୍ଟାଡିଅମ ଠାରେ ସାଇବର ରଥ ର ଶୁଭଉଦଘାଟନ କରିଥିଲେ। ଏଇ ଅବସରରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପରିସରରେ ଆଇଆଇସି ପଦ୍ମାଳୟା ସାହୁଙ୍କ ତତ୍ୱାବଧାନରେ ସାଇବର ଠକେଇ ନେଇ ଏକ ସଚେତନତା ଶିବିର ଗତ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ଆଜି ଉକ୍ତ ରଥ କୁ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟରେ ସ୍ବାଗତ କରାଯାଇ ସାଇବର କ୍ରାଇମ୍ ନେଇ ସଚେତନତା ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ସ୍କୁଲ ର ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱରୂପା ମାଝୀ ମଞ୍ଚ ପରିଚାଳନା କରିଥିଲେ।ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ, ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ, ଅଧ୍ୟାପିକା ଉପମା ନାଏକ, ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ବିନାୟକ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତାର ଦ୍ଵିତୀୟ ସ୍ଥାନ ହାସଲ କରିଥିବା ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଷ୍ୟା ମହାକୁଲ୍ ଇଂରାଜୀରେ ସାଇବର ଠକେଇ ନେଇ ଅଭିଭାଷଣ ଶିବିରରେ ମନ୍ତ୍ରମୁଗ୍ଧ କରିଥିଲାସେହିପରି ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ କି, କୌଣସି ଅଜଣା ଲୋକଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ, ଅଜଣା ଫୋନ କଲ୍, ମେସେଜ, ଏବଂ ଭିଡିଓ କଲ ଗ୍ରହଣ କରନ୍ତୁ ନାହିଁ, ଏକାଉଣ୍ଟ୍ ନମ୍ୱର୍, କ୍ରେଡିଟ କାର୍ଡ, ଡେବିଟ କାର୍ଡ ନମ୍ୱର୍ ଓ ବ୍ୟକ୍ତିଗତ ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ, ଟଙ୍କା ପାଇବା ପାଇଁ ଅଜଣା କିୟାର କୋଡ ଲିଙ୍କ କୁ ସ୍କାନ କରନ୍ତୁ ନାହିଁ, କାର୍ଡ ହଜିଗଲେ ତୁରନ୍ତ ବ୍ୟାଙ୍କ୍ କୁ ଜଣାନ୍ତୁ ଏବଂ ବ୍ଲକ କରନ୍ତୁ, ସୋସିଆଲ ମିଡ଼ିଆ ରେ ଅଜଣା ଲୋକଙ୍କ ଠାରୁ ଫ୍ରେଣ୍ଡ୍ ରିକ୍ୱିଷ୍ଟ ଗ୍ରହଣ କରନ୍ତୁ ନାହିଁ କି ପଠାନ୍ତୁ ନାହିଁ, ଆବଶ୍ୟକ ସ୍ଥଳେ ପ୍ରୋଫାଇଲ୍ କୁ ଭଲ ଭାବରେ ଯାଞ୍ଚ କଲାପରେ ଗ୍ରହଣ କିମ୍ବା ଅଗ୍ରାହ୍ୟ କରନ୍ତୁ, ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ତଥ୍ୟ ଯେପରି ଠିକଣା, ଫୋନ ନମ୍ୱର୍, ପରିଚୟ ପତ୍ର ପ୍ରଭୁତି ତଥ୍ୟ ଦିଅନ୍ତୁ ନାହିଁ। ଏହିପରି ଅନେକ ତଥ୍ୟ ଭିତ୍ତିକ ବିଷୟ ଉପରେ ଆଲୋଚନା ଓ ବୁଝା ଯାଇଥିଲା। ରଥ ପରିଚାଳନାରେ ଏସଆଇ ବିଶ୍ବରଂଜନ ରାଉତରାୟ, ଏଏସଆଇ ପଦ୍ମନାଭ ଅଗସ୍ତି, ନାରାୟଣ ନାଏକ, କନଷ୍ଟେବଳ ସୁରଜ କୁମାର ସାହୁ ଏବଂ ଯତୀନ କୁମାର ସାହୁ ଥିବା ବେଳେ ଜମନକିରା ଥାନା ଏସଆଇ ମନୋରଞ୍ଜନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏସଆଇ ସନ୍ତୋଷ ସ୍ୱାଇଁ, ଏଏସଆଇ କିଶୋର କୁମାର ସାହୁ, ଏଏସଆଇ ନିରଞ୍ଜନ ପ୍ରଧାନ, ହାବିଲଦାର ସ୍ଵାଧୀନ କୁମାର ବେହେରା ଙ୍କ ସମେତ ସମସ୍ତ ପୋଲିସ କନଷ୍ଟେବଳ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

