ଶ୍ରୀ ଗୋବିନ୍ଦ ଗୋଶାଳାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଗୋପାଷ୍ଟମୀ ପୂଜା ଆୟୋଜିତ
 
        ସ୍ୱାଧୀନଏକତା ସଂଘଠନ ରେଙ୍ଗାଲି ଦ୍ଵାରା କାଶିପାଲି ଗ୍ରାମଠାରେ ଅବସ୍ଥିତ ଶ୍ରୀ ଗୋବିନ୍ଦ ଗୋଶାଳାର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋପାଷ୍ଟମୀ ପୂଜା ଆୟୋଜିତ ହୋଇଥିଲା । ଏହି ପୂଜା ସମସ୍ତ ନୀତି ନିୟମ ଓ ବିଧି ଅନୁଯାୟୀ ସମ୍ପନ୍ନ ହୋଇଥିଲା ।
ପୂଜା ସମୟରେ ସମସ୍ତ ଗୋମାତାଙ୍କୁ ଭକ୍ତିଭାବରେ ପୂଜା କରାଗଲା ଓ ସେମାନଙ୍କୁ ଖାଦ୍ୟ ସ୍ୱରୂପ ଗୁଡ଼, ଚନା , କଦଳୀ ଓ ପନିପରିବା ଇତ୍ୟାଦି ଦିଆଯାଇଥିଲା ।
ଏହି ଶୁଭ ଉତ୍ସବରେ ଶ୍ରୀ ରାଜନୀକାନ୍ତ ଶର୍ମା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ରିତୁ ଶର୍ମା ଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।
ପୂଜାର ପୁରୋହିତ ଭାବେ ପଣ୍ଡିତ ଶ୍ରୀ ସଞ୍ଜୀବ ମିଶ୍ର ନିଜ କାର୍ଯ୍ୟ ନିଷ୍ଠା ଓ ଶ୍ରଦ୍ଧାସହ ସମ୍ପନ୍ନ କରିଥିଲେ ।
ଏହି ଶୁଭ କାର୍ଯ୍ୟରେ ରେଙ୍ଗାଲି ବ୍ଲକ ଚେୟାରମ୍ୟାନ ଶ୍ରୀ ସତ୍ୟନାରାୟଣ ଅଗ୍ରୱାଲ, ଆଦିତ୍ୟ ବିର୍ଲା ସିଏସଆର ପ୍ରତିନିଧି ଶ୍ରୀ ମନୋରଞ୍ଜନ ବେହେରା ଓ ତାଙ୍କ ସହଯୋଗୀ, ହିଣ୍ଡାଲକୋ ସିଏସଆର ଶ୍ରୀ ସୁକାନ୍ତ ମହାପାତ୍ର ଓ ତାଙ୍କ ସହଯୋଗୀ, ଡ଼ଃ ଚିତ୍ତରଞ୍ଜନ କର, ରାମ ସହାୟ ପଣ୍ଡା, ଶଶୀ ଭୂଷଣ ସାହୁ, ସାଂସଦ ପ୍ରତିନିଧି ନବୀନ ସାହୁ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।
ତା ସହିତ କାଶିପାଲି ଗ୍ରାମର ପ୍ରଶଂସନୀୟ ସହଯୋଗ ଦେଇଥିବା ପ୍ରଫୁଲ୍ଲ ଦାଶ, ପ୍ରଦୀପ ବେହେରା, ରମେଶ ଅଗ୍ରୱାଲ, ରେଡ୍ କ୍ରସ ସମ୍ବଲପୁର ଓ ବିଭିଓ ଡ଼ଃ ଅବିନାଶ ପ୍ରଧାନ ଙ୍କୁ ଗୋଶାଳା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଏହି ଅବସରରେ ଗୋ ସେବକ ହରିଶ ସାହା, ଗୋପାଳ ସାହୁ, ଶ୍ୟାମ ମିତ୍ତଲ, ବରୁଣ ଭୋଇ ଙ୍କୁ ଗୋମାତଙ୍କ ପ୍ରତି ନିଃସ୍ଵାର୍ଥପର ସେବା ଓ ସମର୍ପଣ ପାଇଁ ସମ୍ମାନିତ କରାଯାଇଥିଲା ।
ସ୍ୱାଧୀନଏକତା ସଂଘଠନ ପକ୍ଷରୁ ସଭାପତି ଶ୍ରୀ ରାଜୀବ କୁମାର ମିଶ୍ର, ସଚିବ ବୋଧିସତ୍ୱ ରଣା, ଉପସଭାପତି ଅମିତ କୁମାର ସାହୁ, କାର୍ଯ୍ୟନିର୍ବାହୀ ସଭାପତି ପଦ୍ମନାଭ ଭୋଇ, ଗୋଶାଳା କୋଷାଧ୍ୟକ୍ଷ ହରିଶ ସାହା, ବିକାଶ ଗୋୟଲ, ଦୀପକ ବର୍ମା, ସହ ସଦସ୍ୟ ସରୋଜ କୁମାର ବିଶୋଇ, ତାରକାନ୍ତ ପଟ୍ଟନାୟକ, ରିଙ୍କା ଶର୍ମା, ଲଲିତ କୁମାର ସାହୁ, ପ୍ରଦୀପ କୁମାର ମାଝି, ପଦ୍ମନାଭ ବେହେରା, ବିଶ୍ୱନାଥ ଅଗ୍ରୱାଲ, ଆଶିଷ ଶର୍ମା, ଅନିଲ ଗୋଏଲ,ପଦ୍ମନାଭ ଭୋଈ ଓ ସମସ୍ତ ରେଙ୍ଗାଲି ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

 
                        
 
                                 
                                 
                                 
                                 
                                