ଭୋଜପୁର ବନ ବିଭାଗ କାର୍ଯ୍ୟାଳୟରେ ମା” ଜଗଦ୍ଧାତ୍ରୀ ପୂଜା ମହାସମାରୋହରେ ପାଳିତ ହେଲା
 
        ଜମନକିରା : ଜମନକିରା ବ୍ଲକ ଭୋଜପୂର ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ମା” ଜଗଦ୍ଧାତ୍ରୀ ପୂଜା ମହାସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ପୁରୋହିତ ପଣ୍ଡିତ ନିଲାଞ୍ଚଲ ପାଣିଗ୍ରାହୀ ଚଣ୍ଡୀପାଠ ସହ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ ଓ ତାଙ୍କ ଧର୍ମପତ୍ନୀ ତ୍ରିବେଣୀ ନାଏକ ପୂଜା କର୍ମ କରିଥିଲେ। ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ କଳସ ଯାତ୍ରା କରାଯାଇ ସ୍ଥାପନା କରାଇଥିଲେ। ଆଜି ପ୍ରାତଃ ସାଢେ଼ ୫ ଟା ସମୟରେ ପୂଜାର୍ଚ୍ଚନା ଶୁଭାରମ୍ଭ ହୋଇଥିଲେ। ଏଥିରେ ବ୍ଲକ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଜମନକିରା ବନ୍ୟପ୍ରାଣୀ ବାନାଞ୍ଚଳ ର ଫରେଷ୍ଟର ହେମନ୍ତ ମିଶ୍ର, ଶିଶିର ସାମଲ, ଚନ୍ଦ୍ର ଶେଖର ଭୋଇ, ଦୁବରାଜ ଗୁଞ୍ଜୁ, ବିରଞ୍ଚି ପଧାନ, ଅଭିନ ସୁନ୍ଦର୍ ବାଘ ସକ୍ରିୟ ପରିଚାଳନା କରିଥିବା ବେଳେ ଇନ୍ଦ୍ରାଣୀ ସ୍ୱାଇଁ, ଖିରୋଦିନି ରଣା, ରୀନା ନାଏକ, ବାସନ୍ତୀ ନାଏକ ପ୍ରମୁଖ ଙ୍କ ସମେତ ସମସ୍ତ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ। ସମସ୍ତେ ଅନ୍ନପ୍ରସାଦ ଭୋଗ ପାଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 
                        
 
                                 
                                 
                                 
                                 
                                