Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପୋଲିସ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ପାଳନ କରାଯାଇଛି

ଜମନକିରା : ଜମନକିରା ଥାନା ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜମନକିରା ପୋଲିସ ପକ୍ଷରୁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ଏକତା ଦୌଡ଼ ଏବଂ ଏକ ଭାରତ – ଆତ୍ମନିର୍ଭର ଭାରତ ନେଇ ସଂକଳ୍ପ କରାଯାଇଛି।ଦେଶର ଏକତା, ସୁରକ୍ଷା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରିବା ହିଁ ଏହାର ମୂଳମନ୍ତ୍ର, ଏକତା ଓ ଆତ୍ମନିର୍ଭର ଭାବନାକୁ ଜାଗ୍ରତ କରିବା, ସୁସ୍ଥ ଏବଂ ନିଶାମୁକ୍ତ ଭାରତ ଗଠନ କରିବା, ସ୍ୱଦେଶୀ ଚିନ୍ତାଧାରାକୁ ଆପୋଣେଇବା ନେଇ ବକ୍ତବ୍ୟ ମାଧ୍ୟମରେ ଅତିଥି ଗଣ ବୁଝାଇଥିଲେ। ଏଥିସହିତ ସମସ୍ତଙ୍କୁ ରାଷ୍ଟ୍ରର ଆଭ୍ୟନ୍ତରୀଣ ସୁରକ୍ଷା କୁ ଦେଶବାସୀଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ନେଇ ସଂକଳ୍ପବଦ୍ଧ ହୋଇଥିଲେ। ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ସଂକଳ୍ପ କରିଥିବା ସହ ପରିଚାଳନା କରିଥିବା ବେଳେ ଏସଆଇ ମନୋରଞ୍ଜନ ଦାଶ, ଏସଆଇ ସନ୍ତୋଷ ସ୍ୱାଇଁ, ଏଏସଆଇ କିଶୋର କୁମାର ସାହୁ, ଏଏସଆଇ ନିରଞ୍ଜନ ପ୍ରଧାନ, ହାବିଲଦାର ସ୍ଵାଧୀନ କୁମାର ବେହେରା ଙ୍କ ସମେତ ସମସ୍ତ ପୋଲିସ କନଷ୍ଟେବଳ, ପୋଲିସ ଫୋର୍ସ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ