Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକଡା ପୋକ ଲାଗି ଧାନ କ୍ଷୟକ୍ଷତି, ସହାୟତା ରାଶି ପ୍ରଦାନ ଦାବି ନେଇ ତହସିଲଦାରଙ୍କୁ ବ୍ଲକ ଚାଷୀ ସମୂହଙ୍କ ଦାବିପତ୍ର ପ୍ରଦାନ

ଜମନକିରା : ଜମନକିରା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ବମ୍ଫର କ୍ରପସ ଧାନ ଉତ୍ପାଦନ ହୋଇଥିଲା।ତେବେ ମୋନ୍ଥା ଏବଂ ଲଘୁଚାପ ଯୋଗୁଁ ବର୍ଷା ହେବା ଫଳରେ ଧାନ ଗଛରେ ଚକଡ଼ା ପୋକ ଲାଗି ସମଗ୍ର ବ୍ଲକ ଅଞ୍ଚଳରେ ଧାନ ବହୁ କ୍ଷୟକ୍ଷତି ହୋଇ ଚାଲିଛି। ଶୀଘ୍ର ମିଳିତ ଯାଞ୍ଚ କରି ସରକାରଙ୍କ ଠାରୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଆଜି ବ୍ଲକ ଚାଷୀ ସମୂହ ଜମନକିରା ତହସିଲଦାର ପ୍ରବିଣା ଵିଲୁଙ୍ଗ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ଲକ ସମସ୍ତ ଚାଷୀ ସମୂହ ତହସିଲ କାର୍ଯ୍ୟାଳୟରେ ପୂର୍ବାହ୍ନ ସାଢେ଼ ୧୧ ଟା ସମୟରେ ଏକତ୍ରିତ ହୋଇଥିଲେ। ପରେ ବିକ୍ଷୋଭ ପ୍ରଦର୍ଶନ କରି ତହସିଲଦାର ଙ୍କୁ ଶୀଘ୍ର ମିଳିତ ଯାଞ୍ଚ କରି ସହାୟତା ରାଶି ପ୍ରଦାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ