Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ତହସିଲ ଠାରେ ଉପ ନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟଳୟ ର ଶୁଭ ଉଦଘାଟନ

ଜମନକିରା : ଜମନକିରା ତହସିଲ ଠାରେ ଆଜି ଉପ ନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟଳୟ ର ଶୁଭ ଉଦଘାଟନ ହୋଇଯାଇଛି। ତହସିଲଦାର ପ୍ରବିଣା ବିଲୁଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିନିଧି ମନୋଜ କୁମାର ମାଝୀ ଯୋଗ ଦେଇ ଫିତା କାଟି କାର୍ଯ୍ୟଳୟ କୁ ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ଲୋକସଭା ଭବନରେ ଆଜି ଅପରାହ୍ନ ସାଢେ଼ ୧୨ ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜସ୍ଵମନ୍ତ୍ରି ସୁରେଶ ପୂଜାରୀଙ୍କ ଦ୍ଵାରା ଆଭାସି ଉଦଘାଟନୀ କାର୍ଯ୍ୟକ୍ରମ କୁ ଏଠାରେ ପ୍ରଦର୍ଶିତ କରାଯାଇ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଅଧିକାରୀ ଗଣ ଅବଲୋକନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁଙ୍କ ସମେତ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ, ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories