ନୂଆ ବୁଦେଲକାନି ପଂଚାୟତ ଗଠନ ଦାବି
ଜମନକିରା : ଜମନକିରା ବ୍ଲକ୍ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ପଂଚାୟତକୁ ୨ ଭାଗ କରି ଅନ୍ୟ ଏକ ନୂଆ ବୁଦେଲକାନି ପଂଚାୟତ ଗଠନ ଦାବି ହୋଇଛି। ରବିବାର ବୁଦେଲକାନି ଗାଁରେ ପଞ୍ଚାୟତ ପ୍ରମୁଖ ସଂଯୁକ୍ତ ପଟେଲ୍ ଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକ ଯୋଗ ଦେଇଥିଲେ। ଗାଁ ର ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ଥିତିରେ ନୂଆ ପଞ୍ଚାୟତ ଗଠନ କରାଯିବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା। ମୋଟ୍ ୧୨ ଗୋଟି ରାଜସ୍ବ ଗାଁ କୁ ନେଇ ଗଠିତ ଗୁଣ୍ଡୁରୁଚୁଆଁ ପଂଚାୟତର ଭୋଟର ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୬ ହଜାର ରୁ ବେଶୀ ରହିଛି। ଉଭୟ ପ୍ରାଶାସନିକ ଓ ଜନ ସାଧାରଣଙ୍କ ସେବା ଓ ସୁବିଧା ଦୃଷ୍ଟିରୁ ଗୁଣ୍ଡୁରୁଚୁଆଁ ପଂଚାୟତ କୁ ଦୁଇ ଭାଗ କରି ଅନ୍ୟ ଏକ ନୂଆ ବୁଦେଲକାନି ପଞ୍ଚାୟତ ଗଠନ କରାଯିବାର ଆବଶ୍ୟକତା ରହିଛି। ଆହୂତ ବୈଠକ ରେ ଆଲୋଚନା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବ। ଆସନ୍ତା ୧୪ ତାରିଖରେ ଗୁଣ୍ଡୁରୁଚୁଆଁ ପଂଚାୟତ ଗସ୍ତରେ ଆସୁଥିବାରୁ ତାଙ୍କ ର ଦୃଷ୍ଟି ଆକର୍ଷଣ କରାଯିବା ସହ ଉକ୍ତ ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ଆଲୋଚନା ବେଳେ ବିନୋଦ ପଟେଲ୍, ସୁଶାନ୍ତ ପଟେଲ୍, ଗୋପୀନାଥ କାଲୋ, ଭୁଲେଶ୍ୱର୍ ମୁଣ୍ଡା, ଆଶୋକ ନାୟକ ଓ ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ପ୍ରଭୃତି ଥିଲେ।

