Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁର କଲେଜ ଅଧ୍ୟକ୍ଷ ଓ କିରାଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଭୋଜପୁର ସ୍ଥିତ ବିଛଲାଲ ରାମ ଚନ୍ଦ୍ର ଗୁପ୍ତା କଲେଜରେ ଆଜି ଅଧକ୍ଷ ପ୍ରତାପ କୁମାର ମହାକୁଳ ଏବଂ କିରାଣି ମହମ୍ମଦ ମୌଜମ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣା ଯାଇଥିଲା। ଏଥିରେ ବରିଷ୍ଠ ଅଧ୍ୟାପକ ଘାସିରାମ ବାରିକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉପମା ମହାପାତ୍ର, କଲେଜ ପ୍ରତିଷ୍ଠାତାଙ୍କ ପୌତ୍ର ଜୟପ୍ରକାଶ ଗୁପ୍ତା, ନୃପଲାଲ ପଳେଇ, ସଜନ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ। ବରିଷ୍ଠ ଅଧ୍ୟାପକ ତପନ କୁମାର ଜୟପୁରିଆ ମଞ୍ଚ ପରିଚାଳନା କରିଥିବା ବେଳେ କଲେଇପାଲି କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଜମନକିରା ମହାବିଦ୍ୟାଳୟ ଅଧକ୍ଷ ଅରୁଣ ପଟେଲ, କେଶାଇବାହଲ ଯୁକ୍ତ୨ ମହାବିଦ୍ୟାଳୟ ଅଧକ୍ଷ ସରୋଜ ଦାସ, କୁଟୁରାଛୁଆଁ କଲେଜ ଅଧ୍ୟକ୍ଷ ନୀଳାଚଳ ତିୱାରୀ, ବରିଷ୍ଠ ଅଧ୍ୟାପକ ପ୍ରଦୀପ ପଣ୍ଡା, ଭାତପୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତନଲାଲ ସିଂ, ଜମନକିରା କଲେଜ ପିଇଟି ଶିକ୍ଷକ ରଞ୍ଜନ ମହକୁଲ, ସୁଦର୍ଶନ ପାଣି, ଭୋଜପୂର୍ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିକୁଞ୍ଜ ରଣା ପ୍ରମୁଖ ବିଦାୟୀ ଅଧକ୍ଷଙ୍କ କାର୍ଯ୍ୟାବଳୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଅଞ୍ଚଳର ବହୁ ମାନଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ଜନ୍ମାଜୟ କୁମୁରା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କଲେଜ ର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀଛାତ୍ର ମାନେ ସହଯୋଗ କରିଥିଲେ। ପରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ