Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତ୍ତିକ ମେଳା ସମ୍ପନ୍ନ

ଜମନକିରା : ସପ୍ତଗଙ୍ଗା ତୀର୍ଥକ୍ଷେତ୍ର ଗୁଦଗୁଦl ଜଳପ୍ରପାତ ପରିସରରେ ଆଜି ଦଶମ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଭବ୍ୟ ଏବଂ ଆଡମ୍ବରପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି। ପ୍ରାୟ ୩୦ ହଜାର ରୁ ଅଧିକ ଶ୍ରଦ୍ଧାଳୁ ଏହି ମହାଆୟୋଜନରେ ଯୋଗଦେଇ ପୁଣ୍ୟଲାଭ କରିଥିଲେ।ଅନୁଷ୍ଠାନ ସ୍ଥଳୀ ଜୟଘୋଷ, ଶଂଖଘଣ୍ଟ, ହରିବୋଲ, ହୁଳହୁଳି ଏବଂ ବେଦ ବିଦ୍ୟାର୍ଥୀଙ୍କ ମଂତ୍ରୋଚ୍ଚାରଣର ଧ୍ୱନିରେ ମୁଗ୍ଧମୟ ହୋଇଯାଇଥିଲା। ଅହରହ ଅନ୍ନପ୍ରସାଦ ବିତରଣ ସହିତ ଭକ୍ତମାନେ ମାନସିକ ଓ ଆଧ୍ୟାତ୍ମିକ ଆନନ୍ଦରେ ନିମଗ୍ନ ହୋଇଥିଲେ।ସ୍ଥାନୀୟ ଲୋକଙ୍କ ଶ୍ରମ, କାର୍ଯ୍ୟକର୍ତ୍ତାମାନଙ୍କ ସେବା ଓ ଭକ୍ତିଭାବ ଦ୍ୱାରା ଅଖଣ୍ଡ ଅଷ୍ଟପ୍ରହର ନାମଯଜ୍ଞ, ଚଣ୍ଡୀପାଠ, ଘୃତଯଜ୍ଞ ଏବଂ ରୁଦ୍ରାଭିଷେକ ଆଦି ଅନୁଷ୍ଠିତ ହୋଇଥିଲା। ଏଠାରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସାମାନ୍ୟ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।ଏବର୍ଷ ଏହି ମହାଯଜ୍ଞରେ ସପତ୍ନିକ ସାତ ଯୋଡ଼ି କର୍ତ୍ତା, ନଅ ଜଣ ପୂଜକ ଓ ପୂଜ୍ୟ ସ୍ୱାମୀଜୀ ଜୀବନ ମୁକ୍ତାନନ୍ଦ ପୁରିଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ବାର୍ଷିକ ଗଙ୍ଗା ଆଳତିର ଆଲୋକ ଜ୍ୱାଳାରେ ଯଜ୍ଞପରିସର ଦେବୀୟ ପ୍ରଭାରେ ଆଲୋକିତ ହୋଇଯାଇଥିଲା। ଭକ୍ତ ଜନ, ସାଧୁ ସନ୍ଥ, ସେବକ ସମୁଦାୟ ଓ ଜିଲ୍ଲା ତଥା ଜିଲ୍ଲା ବାହାରର ଅତିଥିମାନଙ୍କ ଉପସ୍ଥିତି ଏହି ମେଳାକୁ ଧର୍ମୀୟ ଏବଂ ସାମାଜିକ ଏକତାର ପ୍ରତୀକ ରୂପେ ପରିଣତ କରିଛି। କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିବା ରୁ ସଭାପତି ମିତ୍ରଭାନୁ ପଟେଲଙ୍କ ସମେତ ଦୀପକ ପଟେଲ, ବିଭୂତି କଲ୍ୟାଣ ପଟେଲ, ସତ୍ୟ ନାରାୟଣ ପଟେଲ, ଅନିରୁଦ୍ଧ ନାଏକ ଧନୁର୍ଜୟ ନାଏକ ସଙ୍କୀର୍ତ୍ତନ କିଶନ ଆଦି ଜନ ସାଧାରଣ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories