ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ରୀ ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ରଜ୍ୟସ୍ତର କୁ ମନୋନୀତ ହୋଇଛନ୍ତି
ଜମନକିରା : ସମ୍ବଳପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ରୀ ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ରଜ୍ୟସ୍ତର କୁ ମନୋନୀତ ହୋଇଛନ୍ତି। ନବମ ଶ୍ରେଣୀରେ ପଢ଼ୁଥିବା ଅଦ୍ୟାଶା ମହାକୁଲ ଶ୍ରେଷ୍ଠ ବିରୋଧୀ ଦଳର ନେତ୍ରୀ ଭାବେ ନିଜକୁ ଉପସ୍ଥାପନ କରି ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବାଚସ୍ପତି ଭାବେ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ସାହୁ ଜିଲ୍ଲା ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ସଂସଦ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଉଭୟଙ୍କ କୃତିତ୍ୱରେ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତଙ୍କ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ଛାତ୍ର ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଯେପରି ଉଭୟେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରନ୍ତୁ ସେଥିପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି।

