ବାମରା ବନ୍ୟପ୍ରାଣୀ ବନଖଣ୍ଡ ସ୍ତରୀୟ ଏକ ଦିବସୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର
ଜମନକିରା : ଜମନକିରା ବ୍ଲକ ଭୋଜପୁର ରେଞ୍ଜ ଠାରେ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଆଜି ଏକ ଦିବସୀୟ ଗାଜସାଥି ପ୍ରଶିକ୍ଷଣ ଶିବିର ରେଞ୍ଜର ଲଷ୍ମୀନାରାୟଣ ନାଏକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟଅତିଥି ଭାବେ ବିକ୍ରମ ଦେବ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏ.ସି.ଏଫ ଆଲୋକ କୁମାର ଷଡ଼ଙ୍ଗୀ ଓ ରେଶମା ଲାକ୍ରା ଯୋଗ ଦେଇ ହାତୀ ଏବଂ ମଣିଷ ଭିତରେ ଚାଲିଥିବା ଲଢେଇ ରୋକିବା, ଗାଁ ମୁହାଁ ହେଉଥିବା ହାତୀପଲ କୁ କିପରି ସୁରକ୍ଷିତ ଜଙ୍ଗଲ କୁ ଘଉଡ଼ାଇବା, ହାତୀ ତଥା ବନ୍ୟ ଜନ୍ତୁ ଙ୍କୁ କିପରି ସୁରକ୍ଷା ଦିଆଯିବ ସେ ନେଇ ପ୍ରଶିକ୍ଷଣ ଦେଇଥିଲେ। ଏହି ଶିବିରରେ ବାମରା, କୁଚିଣ୍ଡା ଏବଂ ଜମନକିରା ରୁ ମୋଟ ୧୨୫ ଜଣ ଗଜସାଥୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଡରମା ରେଞ୍ଜର ଗିରିଧାରୀ ପଧାନ, କୁଚିଣ୍ଡା ରେଞ୍ଜର ଲେଖାରାଣି ମହାନନ୍ଦ, ବାମରା ରେଞ୍ଜର ଦୀପକ ମହାନନ୍ଦ, ଖଲାସୁଣି ରେଞ୍ଜର ମହେନ୍ଦ୍ର ସାହୁ, ଇକୋ ଫାଉଣ୍ଡର ଅରବିନ୍ଦ ସାମଲ, ବାଇଓଲୋଜିଷ୍ଟ ଆସ ବାବୁ, ରାଜେନ୍ଦ୍ର ପଣ୍ଡା, ସିରିଡ ସରପଞ୍ଚ ଗଜେନ୍ଦ୍ର ନାଏକ, ଭୋଜପୂର ସରପଞ୍ଚ କର୍ପୁର ପାତ୍ର ପ୍ରମୁଖ ଙ୍କ ସମେତ ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ବିଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ।

