ଗଠନ ହେଲା ମୁରିବାହାଲ ପ୍ରେସ କ୍ଲବ ପ୍ରଫୁଲ୍ଲ ସଭାପତି ,ସମ୍ପାଦକ ଶରତପତି ।
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ସଦର ମହକୁମା ଫରେଷ୍ଟ ବଙ୍ଗଳା ଠାରେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର କରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ସଂପୃକ ବ୍ଲକ୍ ରେ କାର୍ଯ୍ୟରତ ବ୍ଲକ୍ ର ୧୦ ଜଣରୁ ଉର୍ଦ୍ଧ୍ବ ସକ୍ରିୟ ସାମ୍ବାଦିକ ମାନଙ୍କୁ ନେଇ ଏକ ନୂତନ ପ୍ରେସ କ୍ଳବ୍ ଗଠନ କରାଯାଇଥିଲା ।
ଏହି ପ୍ରେସ୍ କ୍ଲବ୍ ର ସଭାପତି ଭାବେ ପ୍ରଫୁଲ୍ଲ କୁମାର ବଘାର ଏବଂ ଉପସଭାପତି ଭାବେ ରାଜୀବ କୁମାର ମହାନ୍ତିଙ୍କୁ ଚୟନ କରାଯାଇଥିଲା ।
ସେହିପରି ଏଥିରେ କାର୍ଯ୍ୟକାରୀ ସଭାପତି ଭାବେ ମନୋଜ କୁମାର କର, ସମ୍ପାଦକ ଶରତପତି ଷାଣ୍ଢ, , କୋଷାଧକ୍ଷ ଅମରେଶ ମାଝୀ, ମୁଖ୍ୟ ଉପଦେଷ୍ଟା ସୁଦାମ ଚରଣ ବଘାର, ଆଇନ ପରାମର୍ଶଦାତା ଜୟଦୀପ ପୁରୋହିତ, ଶମ୍ଭୁ ପ୍ରସାଦ ଭୋଇ, ସାମାଜିକ ପରାମର୍ଶଦାତା ଅଗସ୍ତି ବଘାର, ସୁଧାଂଶୁ ପୋଢ଼ ଯାଦବଙ୍କୁ ଚୟନ କରାଯାଇଥିଲା ।
ଏହି ବୈଠକରେ ସାମ୍ବାଦିକ ଲକ୍ଷ୍ମୀକାନ୍ତ ଧରୁଆ, ଉଦ୍ଧବ ଦାସ, ଶଙ୍କର ମାଝୀ, ତୁଳସୀରାମ ଭୋଇ, ଲବ ପଧାନ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ ।
ଶେଷରେ ସଭାପତି ଶ୍ରୀ ବଘାର ଧନ୍ୟବାଦ ଦେଇଥିବା ବେଳେ ଆସନ୍ତା ୧୬ ତାରିଖ ଦିନ ଜାତୀୟ ପ୍ରେସ ଦିବସ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ ।

