Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁରରେ ପ୍ରତିଭା ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଧିନସ୍ଥ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଭୋଜପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ୨୩ତମ ପ୍ରତିଭା ଚୟନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ଦାସ ମୂଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତି ବ୍ୟକ୍ତି ଠାରେ ରହିଥିବା ପ୍ରତିଭାର ପ୍ରକୃତ ବିକାଶ ହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଗୁରତ୍ୱାରୋପ କରିଥିଲେ। ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାଷ ନାଏକ ମୂଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧୀ, ଶାସ୍ତ୍ରୀଙ୍କ ଅହିଂସାର ବିଚାର ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଓ ଗ୍ରହଣୀୟ ବୋଲି ଆଲୋଚନା କରି ତାଙ୍କ ବିଚାରର ରାଷ୍ଟ୍ର ଗଠନ ହେଲେ ସବୁ ବର୍ଗ ଉପକୃତ ହେବେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାକୁ ସାହାଜବାହାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ପରିଚାଳନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ଚକ୍ରଧର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆବାହକ ପ୍ରଭାତ ବେହେରା ଉଦବୋଧନ ଦେଇ ସଫଳ ଲୋକଙ୍କୁ ଯୋଡି ପ୍ରତିଭାବାନ ବିଚାରବନ୍ତ ସମାଜ ଗଠନର ଏକ ଅଭିନଭ ଉଦ୍ୟମ ହେଉଛି ବୋଲି ଆଲୋଚନା କରିଥିଲେ। ଅଭିଯାନର କୁଚିଣ୍ଡା ବ୍ଲକ କୋଷାଧ୍ୟକ୍ଷ ସୁଗତ ପଟେଲ ଅଭିଯାନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସଂଯୋଜକ ରମେଶ କିସାନ ଗତ ୨୩ବର୍ଷରେ କରିଥିବା ବିଭିନ୍ନ ଉପାଦେୟ କାର୍ଯ୍ୟ ସମ୍ବନ୍ଧରେ ବିବରଣୀ ପଠନ କରିଥିଲେ। ପ୍ରତିଭା ସମାରୋହ ଅବସରରେ ଅନୁଷ୍ଠିତ ପ୍ରତିଯୋଗୀତାରେ ୪ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୭୨ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ମେଡାଲ, ମାନପତ୍ର ଓ ଅର୍ଥ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ। ପୁରସ୍କାର କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଗୌଡ, ଦିପକ ବେହେରା, ବିକ୍ରାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ସଭାରେ ବରିଷ୍ଟ ଶିକ୍ଷକ ରୋହିତ କୁମାର ନାଥ, ସମାଜସେବୀ ମଳୟ ବେହେରା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଉତ୍ସବରେ ସ୍ୱର୍ଗତ ଶୁଭମ ଗଡତିଆ ସ୍ମୃତି ପୁରସ୍କାର, ଭାଗଚାନ୍ଦ୍ର ଅଗ୍ରୱାଲା ସ୍ମୃତି ପୁରସ୍କାର, ଶୁବୋଧ ଶର୍ମା ସ୍ମୃତି ପୁରସ୍କାର, ସମେତ ବହୁ ସଦସ୍ୟଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ଭୋଜପୁର, ଡିମିରିମୁଣ୍ଡା, ଶିରିଡ, ବକ୍ସମା, ବଡମାଲ, ଡିମିରିକୁଦା, ଗଣ୍ଡମ ଆଦି ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ ସମେତ ଅବିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ