Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ।

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ବଙ୍ଗଳା ଠାରେ ସଭାପତି ପ୍ରଫୁଲ୍ଲ ବଘାରଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଥିଲା ।
ଏକତା ଆମ ସମସ୍ତଙ୍କ ପୁଞ୍ଜି ଅଟେ ଆମର ଏକତା ସମଗ୍ର ଓଡ଼ିଶାରେ ଉଦାହରଣ ସୃଷ୍ଟି କରିବ ବୋଲି ସଭାପତି କହିଥିଲେ ।
ଅଞ୍ଚଳର ସମସ୍ୟାର ଖବର ନିରନ୍ତର ଭାବେ ପ୍ରସାରଣ କରି ସରକାର, ପ୍ରଶାସନ ନିକଟରେ ପହଞ୍ଚାଇ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇ ଆଗେଇ ଆସିବା ପାଇଁ ଉପସ୍ଥିତ କର୍ମକର୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ସେହିପରି ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକ ମାନେ ଆଗେଇ ଆସିବା ସହ ସମାଜର ଅବହେଳିତ, ଉପେକ୍ଷିତ ଏବଂ ନିଷ୍ପେସିତଙ୍କ ସ୍ୱରକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ନିଜ ମତ ବ୍ୟକ୍ତ କରି ଆହ୍ବାନ କରିଥିଲେ ।
କାର୍ଯ୍ୟକାରୀ ସଭାପତି ମନୋଜ କୁମାର କର ସଭା ସଂଯୋଜନା କରିଥିଲେ ।
ସଂଘର ମୁଖ୍ୟ ଉପଦେଷ୍ଟା ସୁଦାମ ଚରଣ ବଘାର, ଉପଭାପତି ରାଜୀବ ମହାନ୍ତି, ସମ୍ପାଦକ ଶରତପତି ଷାଣ୍ଢ , କୋଷାଧ୍ୟକ୍ଷ ଅମରେଶ ମାଝୀ, ତରଣୀସେନ୍ ମେହେର, ଲକ୍ଷ୍ମୀକାନ୍ତ ଧରୁଆ, ଉଦ୍ଧବ ଦାସ, ଶଙ୍କର ମାଝୀ, ତୁଳସୀରାମ ଭୋଇ, ଲବ ପଧାନ, ଆଇନ ପରାମର୍ଶଦାତା ଜୟଦୀପ ପୁରୋହିତ, ଶମ୍ଭୁ ପ୍ରସାଦ ଭୋଇ, ସାମାଜିକ ପରାମର୍ଶଦାତା ଅଗସ୍ତି ବଘାର ଏବଂ ସୁଧାଂଶୁ ପୋଢ଼ ଯାଦବ ପ୍ରମୁଖ  ଉପସ୍ଥିତ ଥିଲେ । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ