Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଶ୍ରମିକ ଚାଲାଣ ବେଳେ କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଉଦ୍ଧାର ।

ବଲାଙ୍ଗୀର: ବାହାର ରାଜ୍ୟକୁ ଦାନା ପାଇଁ ଦାଦନ ଚାଲାଣ ବେଳେ ଆଜି ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ ।
ଆଜି ସକାଳୁ ବାହାର ରାଜ୍ୟକୁ ବେଆଇନ୍ ଭାବେ ଦାଦନ ଶ୍ରମିକଙ୍କୁ ସର୍ଦ୍ଦାର ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା କଣ୍ଟାବାଞ୍ଜି ପୋଲିସ୍ ।
ତେବେ ଏନେଇ ପୋଲିସ୍ ପକ୍ଷରୁ ଚଢାଉ କରି କଣ୍ଟାବାଞ୍ଜି ରେଳଷ୍ଟେସନ୍ ନିକଟରୁ ୬ ଜଣ ଶିଶୁ ସମେତ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ ।
ତେବେ ଶ୍ରମିକ ମାନେ ହାଇଦ୍ରାବାଦକୁ ଇଟା ଗଢିବା ପାଇଁ ଯାଉଥିବା ବେଳେ ଦାଦନ ଶ୍ରମିକ ମାନେ ଉଦ୍ଧାର ହୋଇଥିବା ଜଣାଯାଇଛି ।
ଉଦ୍ଧାର ଦାଦନ ଶ୍ରମିକ ମାନେ ମୁରିବାହାଲ ଥାନା ସରଗୁଲ ଓ ପାଟଣାଗଡ ଥାନା ଖଲିପତର ଅଞ୍ଚଳର ବୋଲି ଜଣାପଡିଛି ।
ନିଜ ଅଞ୍ଚଳରେ କାମ ମିଳୁନଥିବାରୁ ଶ୍ରମିକ ମାନେ ୫୦ ହଜାର ଟଙ୍କା ଅଗ୍ରିମ ନେଇ ବାହାର ରାଜ୍ୟକୁ ଦାଦନ ଖଟିଯାଉଥିବା କହିଛନ୍ତି ।
ଏହି ଘଟଣାରେ ଦାଦନ ସଦ୍ଦାର ସୁଶୀଲ ବେଣ୍ଟକାରକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି କଣ୍ଟାବାଞ୍ଜି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ