ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ବଜାର ନିୟନ୍ତ୍ରିତ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ। ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡ.ପ୍ରସନ୍ନ କୁମାର ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥିଭାବେ ତହସିଲଦାର ପ୍ରବୀଣା ବିଲୁଙ୍ଗ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ଶିବ ପ୍ରସାଦ ଦାସ, ଓମ୍ଫେଡ ଜେନେରାଲ ମ୍ୟାନେଜର ସରୋଜ କୁମାର ସାହୁ, ବିଜେପି ମଣ୍ଡଳ ସଭାପତି ମନୋଜ ମାଝୀ, ବଡରମା ସରପଞ୍ଚ ବିଜୟ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ମନ୍ତ୍ରୀ ନାଏକଙ୍କ ଦ୍ଵାରା ବ୍ଲକ ର ୮ ଜଣ ସଫଳ ଚାଷୀଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ପ୍ରତେକ ଚାଷୀ ଙ୍କୁ ୧ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ, ୧୦ ଜଣ ଚାଷୀଙ୍କୁ ସବସିଡି ରାଶି କୁ ଚେକ୍ ଆକାରରେ ପ୍ରଦାନ କରିଥିଲେ, ୪୦ ଜଣ ଚାଷୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ବିଭାଗ ପକ୍ଷରୁ ଚାଷୀଙ୍କୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ପ୍ରୋଜେକ୍ଟର ମାଧ୍ୟମରେ ଦେଖିଥିଲେ। ରାଜ୍ୟ ତଥା ବିଭିନ୍ନ ଜିଲ୍ଲାରେ ଥିବା ଚାଷୀଙ୍କ ସଫଳତା ବିଷୟରେ ବାର୍ତ୍ତା ଦେବା ସହ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ପାଳନ ଦିଗରେ ବିଶେଷଜ୍ଞ ମାନେ ପ୍ରଶ୍ନ ଉତ୍ତର ମାଧ୍ୟମରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ. କୁନାଲ ସାହୁ, ଡ. ଭୁବନେଶ୍ୱର ସାହୁ, ଡ. ଗଣେଶ ପାଣି, ବିଶ୍ୱଜିତ୍ ମହାନ୍ତି, ତନ୍ମୟ ମୁର୍ମୁ, ହିତେଶ ବଢେଇ ପରିଚାଳନାରେ ସହଯୋଗ କରିଥିବା ବେଳେ ଗୋଷ୍ଠୀ ମତ୍ସ୍ୟ ଅଧିକାରୀ ଶୁଭ୍ରାଂଶୁ ଶେଖର ଆଏଚ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ଗୁଡ଼ିକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

