ବାତିଲ ହେଲା ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ


ଭୁବନେଶ୍ୱର: ଆଜି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ  ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ସୋମବାର ବାତିଲ କରାଯାଇଛି ।

ଗତକାଲି କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଗଛ ପଡ଼ିଯିବାରୁ ଅଧାରୁ ଅଟକି ଯାଇଥିଲା ଟ୍ରେନ। ଏହି ଦୁର୍ଘଟଣାରେ ଗଛ ପଡ଼ି ଲୋକୋ ପାଇଲଟଙ୍କ ସାମ୍ନା ପଟ କାଚ ଭାଙ୍ଗି ଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ଲୋକ ପାଇଲଟ। ଏହାଯୋଗୁ ଗନ୍ତବ୍ୟ ସ୍ଥଳରେ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍‌ । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ ।

ସୂଚନା ଅନୁଯାୟୀ ରେଲୱେ ଅଧିକାରୀ ସେଠାରେ ପହଞ୍ଚି ଏକ୍ସପ୍ରେସର ମରାମତି ଆରମ୍ଭ କରିଥିଲେ । ଏହାର ମରାମତି ଯୋଗୁ ଆଜି ଟ୍ରେନ୍‌କୁ ବାତିଲ କରାଯାଇଥିବା ଜଣାପଡ଼ିଛି।