Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈଶୋର ବୟସରେ ପୌଷ୍ଟିକ ଖାଦ୍ୟ ସମ୍ପର୍କିତ ତାଲିମ ଶିବିର

ଜମନକିରା : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ କଂସର ପଞ୍ଚାୟତରେ ଥିବା ୨ ଟି ସ୍କୁଲରେ ୩ ଟି ପର୍ଯ୍ୟାୟରେ ରବିବାର ଦିନ କୈଶୋର ବୟସରେ ପୌଷ୍ଟିକ ଖାଦ୍ୟ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ଼ି ସ୍ନେହା ପ୍ରକଳ୍ପ ଅଧୀନରେ କିଶୋର କିଶୋରୀ ମାନଙ୍କ ପାଇଁ ପୌଷ୍ଟିକ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏହାହିଁ ଜୀବନ ପାଇଁ ଏକ ମୁଖ୍ୟ ପିଲର ବୋଲି ତାଲିମ ରେ ପିଲାଙ୍କୁ ବୁଝାଇ ସାମାଜିକ ଜୀବନରେ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ପୌଷ୍ଟିକ ଆହାର କେତେ ନିରାପଦ ଓ ମୂଲ୍ୟବାନ ସେ ସମ୍ପର୍କରେ ତାଲିମଦାତା ଡାକ୍ତର ରାଜାରାମ ଷଡ଼ଙ୍ଗୀ ଆଲୋଚନା କରିଥିଲେ। ଏହି ତାଲିମ ଏସଏସଡି ହାଇ ସ୍କୁଲ୍ ଓ ବାଳିକା ହାଇ ସ୍କୁଲ ଆବାସିକ ହୋଷ୍ଟେଲରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ମୋଟ ୩୭୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ଧଳ ଏବଂ ବିଜ୍ଞାନ ଶିକ୍ଷକ ଗୌରାଙ୍ଗ ବିଶ୍ୱାଳ ପରିଚାଳନା କରିଥିଲେ।ଏହି ପ୍ରଶିକ୍ଷଣକୁ ସ୍ନେହା ପ୍ରକଳ୍ପ କ୍ଲଷ୍ଟର ସଂଯୋଜକ ତପନ ପ୍ରଧାନଙ୍କ ନେତୃତ୍ୱରେ ସିଆରଏଫ ସଦସ୍ୟ ଵରୁଣ କୁମାର କୁଅଁର, ସରିତା କୁଅଁର ଏବଂ ଇନ୍ଦିରା ନାୟକଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଶିକ୍ଷାର୍ଥୀ ମାନେ ଏହି ବିଷୟକୁ ଗୁରୁତର ଭାବେ ଗ୍ରହଣ କରି ବଜାରରେ ଫାଷ୍ଟ ଫୁଡ ଭଳି ଖାଦ୍ୟରୁ ଦୁରେଇ ରହି ଘରୋଇ ଖାଦ୍ୟ ପ୍ରତି ଯତ୍ନଶୀଳ ରହିବାକୁ ନିଜର ମତ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ