କାଲି ବାତିଲ ହୋଇଥିଲା; ଆଜିଠୁ ସ୍ବାଭାବିକ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ


ପୁରୀ: ଗତକାଲି ବାତିଲ ହୋଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ । ଆଜିଠାରୁ ସ୍ୱାଭାବିକ ହେବ ବନ୍ଦେ ଭାରତ ଏକ୍ସପ୍ରେସ। ସୂଚନା ଅନୁଯାୟୀ ରବିବାର କାଳବୈଶାଖୀ ଯୋଗୁଁ ଗଛ ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଟ୍ରେନ୍‌। ଏହାକୁ ଦୃଷ୍ଟିରେ ରଖି ଗତକାଲି ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା। କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ତାର ଛିଣ୍ଡିବା ସହ ଗଛଡାଳ ଭାଙ୍ଗି ଏକ୍ସପ୍ରେସର ଆଗ କାଚ ଭାଙ୍ଗି ଯାଇଥିଲା ।

ଯାହା ଫଳରେ ୩ ଘଣ୍ଟା ଧରି ଅଟକି ରହିଥିଲା ଟ୍ରେନ । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ ମରାମତି କାମ ଆରମ୍ଭ ହୋଇଥିଲା। ତେବେ ଆଜିଠୁ ପୁଣି ସ୍ବାଭାବିକ ହୋଇଛି ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ।