ପୂର୍ବତନ ପ୍ରଧାନ ମନ୍ତ୍ରୀ ଭିପି ସିଂଙ୍କ ସ୍ମୁତି ଦିବସ ପାଳନ
ଜମନକିରା : ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଏହାର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆଦିବାସୀ ଭବନ ପରିସରରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂ ଙ୍କ ସ୍ମୁତି ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ନାୟକ ଭାଷଣ ଦେଇ ଭି ପି ସିଂ ରାଜା ପରିବାର ର ସଦସ୍ୟ ହୋଇ ଥିଲେ ମଧ୍ୟ ସେ ସାମାଜିକ ନ୍ୟାୟର ପ୍ରତୀକ ଥିଲେ ବୋଲି କହିଥିଲେ। ସେ ତାଙ୍କ ବକ୍ତବ୍ୟରେ ଉତ୍ତର ପ୍ରଦେଶ ର ମୁଖ୍ୟ ମନ୍ତ୍ରୀ ,ଭାରତର ଅର୍ଥ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଭାବରେ ବିଭିନ୍ନ ଦେଶ ହିତକର ପଦକ୍ଷେପ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପରିଷଦ ର ଉପ ସଭାପତି ସ୍ଵାଗତ ଭାଷଣ ସହ ଦିବସର ମହତ୍ତ୍ଵ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଶେଷରେ ସିପ୍ରା କଉଡ଼ି ଧନ୍ୟବାଦ ଅର୍ପଣ କରିଥିଲେ।

