Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର

ଭୁବନେଶ୍ୱର,୧|୧୨: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିକର ହେବ ନବ କଳେବର | ଏନେଇ ମଡେଲ ତିଆରି କରିବାର ଯୋଜନା ରଖିଛନ୍ତି ରାଜ୍ୟ ସରକାର | ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ଗୁଡିକର ନିର୍ମାଣ ଆରମ୍ଭ ହେବ | କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯୋଡ଼ାଯିବାର ଯୋଜନା ମଧ୍ୟ ରଖାଯାଇଛି |

ବିଭିନ୍ନ ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ଏଭଳି ୩ ବର୍ଗରେ ବିଭକ୍ତ କରାଯାଇଛି | ବଡ଼ ଜିଲ୍ଲା ଗୁଡିକରେ, ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ତିଆରି ହେବାର ଯୋଜନା ଥିବା ବେଳେ ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟର ନିର୍ମାଣ ହେବ| ସେହିପରି କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ|

ରାଜଧାନୀ ଭୁବନେଶ୍ୱରରେ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ ନିର୍ମାଣ ହେବ। ଯେଉଁଥିରେ ୱାନ BHK ଓ ଟୁ BHK ସହିତ ଜିମ୍‌, ଲାଇବ୍ରେରୀ ମଧ୍ୟ ରହିବାର ଯୋଜନା ରଖାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ