Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲବେଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡା ଉଚ୍ଚ ବିଦ୍ୟାଳୟରେ ଆଜି ଶନିବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ସିଆରସିଶି ସୁଧାଂଶୁ ନାୟକ ଯୋଗ ଦେଇ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ମଶାଲ ଜାଲି ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ସୁଗ୍ରୀବ ମାଝୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଖେଳ ପ୍ରତିଯୋଗିତା କୁ ଖେଳ ପ୍ରଶିକ୍ଷକ ଚାରୁଲତା ମାଝୀ ପରିଚାଳନା କରିଥିଲେ। ଏଥିରେ ଜୁନିଅର ରେଡ କ୍ରସ୍ ଅଧିକାରୀ ଇସିମାଇଲ ମିଞ୍ଜ ଆଶୁ ଚିକିତ୍ସା ପାଇଁ ଉପସ୍ଥିତ ରହି ପରିସ୍ଥିତି କୁ ଅବଲୋକନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରି କ୍ରୀଡା ସଭାକୁ ସାଙ୍ଗ କରିଥିଲେ। ଏଥିରେ ଲମ୍ବ ଡିଆଁ ବାଳିକା ବର୍ଗରେ ନୁପୁର ରୋହିଦାସ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବାଳକ ବର୍ଗରେ ତପନ ଗର୍ଡିଆ, ଉଚ୍ଚ ଡିଆଁ ବରିଷ୍ଟ ବର୍ଗରେ ସିପୁନ ମୁଣ୍ଡାରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗରେ ଅପ୍ରାଟ କୁଜୁର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ୧୦୦ ମିଟର ଦୌଡ ରେ ସଞ୍ଜୀବ ଲୁହୁରା, ୨୦୦ ମିଟର ଦୌଡରେ ଟିଙ୍କଲ କିଷାନ ଏବଂ ୮୦୦ ମିଟର ଦୌଡରେ ଟାର୍ଜନ ଅମାତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସ୍ପୋର୍ଟସ ଚାମ୍ପିଅନ ଭାବେ ଦୀପକ ମୁଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ