ସୁଜାତାଙ୍କ ପାଇଁ ବିଜେଡିରେ ପ୍ଲାଟଫର୍ମ ରେଡି!
ଭୁବନେଶ୍ବର: ବିଜେଡି ପ୍ରତିଷ୍ଠା ଦିବସରୁ ମିଳିଲା ବଡ ସିଗନାଲ୍। ସୁଜାତାଙ୍କ ପାଇଁ ବିଜେଡିରେ ପ୍ଲାଟଫର୍ମ ରେଡି। ବିଜେଡିରୁ ସୁଜାତା ରାଜ୍ୟସଭା ଯିବେ ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ।
ସେ ବିଜେଡି ନେତାଙ୍କୁ ଧୋଇଛନ୍ତି କିନ୍ତୁ ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି। ବବି ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରତାପ ଜେନା ଓ ସଞ୍ଜୟ ଦାଶବର୍ମାଙ୍କ ନାଁ ନେଇ ବର୍ଷିଛନ୍ତି ପ୍ରଭାତ।
ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି। ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା। ସୁଜାତା କାର୍ତ୍ତିକେୟନଙ୍କ ମଧ୍ୟ ଯଥେଷ୍ଟ ଅବଦାନ ଅଛି ତାଙ୍କୁ ରାଜ୍ୟସଭା ପଠାଯାଉ। ସେଥିପାଇଁ ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ।

