ବିଜେଡି ପକ୍ଷରୁ ନୂତନ ଦାୟିତ୍ୱ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସାଧାରଣ ସମ୍ପାଦକ ମନୋନୀତ।
କଳାହାଣ୍ଡି,୨୯/୧୨
ବିଜୁ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଙ୍ଗଠନ କୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ନୂତନ ଦାୟିତ୍ୱ ମିଳିଛି।ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନ ରୁ କଳାହାଣ୍ଡି ଜିଲ୍ଲା ପାଇଁ ନୂତନ ଭାବେ ବିଜେଡି ର ସକ୍ରିୟ କର୍ମକର୍ତ୍ତା ଙ୍କୁ ଦାୟିତ୍ୱ ନେଇ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଗତ ଦିନ ରେ ଦଳୀୟ ସଙ୍ଘଠନ କୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ନିଜର ସକ୍ରିୟ ଯୋଗଦାନ ଦେଇଥିବା କୋକସରା ବ୍ଲକ ର ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ଏହି କ୍ରମ ରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏହାକୁ ନେଇ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ,ସମେତ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ ଜିଲ୍ଲା ର ସମସ୍ତ ବିଜେଡି କର୍ମକର୍ତ୍ତା ଙ୍କୁ କୃତଙ୍ଗ ଜଣାଇଛନ୍ତି। ଆଗକୁ ଦଳ ପକ୍ଷରୁ ଯେଉଁ ଦାଇତ୍ୱ ମିଳିବ ସେ ନିଷ୍ଠା ର ଜଣେ ଶୃଙ୍ଖଳିତ କର୍ମୀ ଭାବେ ତୁଲାଇବେ ବୋଳି କହିଛନ୍ତି।

