ରେଙ୍ଗାଳି ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଶନିବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ସମ୍ବଲପୁର ଗସ୍ତ ରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା କୁ ବିମାନ ଯୋଗେ ଆସି ସେଠାରୁ ସମ୍ବଲପୁର କୁ ଆସୁଥିବା ବେଳେ ରେଙ୍ଗାଲି ତହସିଲ୍ ଛକ ନିକଟରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ଡି ଆଇ ଜି, ଜିଲ୍ଲାପାଳ, ଏସ ପି, ତହସିଲଦାର, ବିଡ଼ିଓ ଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
ଏହି ଅବସରରେ ରେଙ୍ଗାଲି ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ କିଛି ଦାବୀ ପତ୍ର ଦେଇଛନ୍ତି। ଏହି ଦାବୀ ପତ୍ର ମଧ୍ୟରୁ ରେଙ୍ଗାଲି ରେ ଥିବା ସରକାରୀ ଡାକ୍ତରଖାନା କୁ ପି ଏଚ୍ ସି ରୁ ସି ଏଚ୍ ସି -2 କିମ୍ବା ଏନ୍ ଏସ ସି ହସ୍ପିଟାଲ ରେ ପରିଣତ କରିବା ପାଇଁ ଦାବି ପତ୍ର ଦିଆଯାଇଛି। ଏହି ଦାବି ଟି ରେଙ୍ଗାଲି ବସୀ ଙ୍କ ବହୁ ଦିନର ଦାବି।
ସେହିପରି ହୀରାକୁଦ ନଦୀବନ୍ଧ ପ୍ରକଳ୍ପର ବିସ୍ଥାପିତ ଲୋକଙ୍କୁ 10ଡିସିମିଲ ଜାଗା ଓ
ଘର ଖଣ୍ଡେ ଯୋଗାଇବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

