Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁରେନ୍ଦ୍ର ସାଏ ଚକ୍ଷୁ ସ୍କ୍ରିନିଂ ଶିବିର ଅନୁଷ୍ଠିତ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତିନୋଟି କ୍ଲଷ୍ଟରର ୨୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚକ୍ଷୁ ସ୍କ୍ରିନିଂ ଶିବିର୍ ଗୋଷ୍ଠୀ ସମ୍ବଳ ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଉଦଘାଟନ ପୂର୍ବକ ପୂର୍ଣ୍ଣ ସହଯୋଗ କରି ଶିବିର ପରିଚାଳନା ସଫଳ କରାଇଥିଲେ। ଶିବିରରେ କଲମପୁର ଅପଥାଲମିକ୍ ଡାକ୍ତର ମଙ୍ଗୁଳି ଚରଣ ସାହୁ, କୋକସରାରୁ ବଳରାମ ଠାକୁର , ପରମଜ୍ୟୋତି ଠାକୁର ଫାର୍ମାସିଷ୍ଟ ଆଇ.ବି.ଏସ୍.କେ ଜୟପାଟଣା, ପ୍ରେମଶୀଳା ଚଳାନ ଏ.ଏନ୍.ଏମ୍. ଜୟପାଟଣା, ରୋହିତ ରଞ୍ଜନ ବାଗ ଆଇ.ଭି , ହେମନ୍ତ କୁମାର ଶବର ଆଇ.ଭି ଜୟପାଟଣା ଶିବିରରେ ଉପସ୍ଥିତ ରହି ପ୍ରାୟ ୨୧୦ ଜଣ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ପରିକ୍ଷା କରାଯାଇ ୫୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପାଇଁ ଯୋଗ୍ୟ ଚିହ୍ନଟ କରିଥିଲେ । ପଞ୍ଚ ଜଣ ଛାତ୍ର/ଛାତ୍ରୀ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଗଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶଶୀଭୂଷଣ ଦଳପତି, ସୁଜିତ କୁମାର ସାହୁ , ରୁଚିରା ନାୟକ ରଞ୍ଜନ ବରିହା,ଉଦ୍ଧବ ବାଗ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories