Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମଣ ଶବର ହେଲେ କୋକସରା କଂଗ୍ରେସ ବ୍ଲକ ସଭାପତି, ଶୁଭେଚ୍ଛା ଜଣାଇଲେ କର୍ମକର୍ତ୍ତା।

କଳାହାଣ୍ଡି,୧୮/୦୧
କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ର ସମସ୍ତ ବ୍ଲକ ଏନଏସି ର ନେତୃତ୍ୱ ନେବାପାଇଁ ସଭାପତି ଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ କଂଗ୍ରେସ କମିଟି ର ନୂତନ ସଭାପତି ଭାବେ ରାଜନୀତି ରେ ଅଭିଜ୍ଞ ବରିଷ୍ଠ ନେତା ଲକ୍ଷ୍ମଣ ଶବର ଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ ଙ୍କ ଅନୁମୋଦନ କ୍ରମେ କୋକସରା ବ୍ଲକ ସଭାପତି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବ୍ଲକ କଂଗ୍ରେସର କର୍ମକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀ ଶବର ଗତ ସାଧାରଣ ନିର୍ବାଚନରେ ଦଳୀୟ ସଂଘଠନ କୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ବେଳେ ଦଳ ପ୍ରତି ତାଙ୍କର ନିଷ୍ଠା, ତ୍ୟାଗ ଓ କାର୍ଯ୍ୟ ନିର୍ବାହ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।ଏହି ଦାୟିତ୍ୱ ମିଳିବା ପରେ ବ୍ଲକ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା,ନିମାଇଁ ଚରଣ ଧଙ୍ଗଡା ମାଝୀ, ନବୀନ ନାଏକ,ନିରଞ୍ଜନ ନେଗି,ଧନବଲ ନାଏକ ଓ ଅନ୍ୟ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ କଂଗ୍ରେସ ର ମୂଳମନ୍ତ୍ର କୁ ନେଇ ବ୍ଲକ ରେ ଦଳୀୟ ସଙ୍ଘଠନ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଶ୍ରୀ ଶବର ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories