ପଦ୍ମପୁର ମାଁ ଭଣ୍ଡାର ଘରଣୀ କ୍ରିକେଟ ଫାଇନାଲ ସାନ ଦଳସର୍ଗୀ କୁ ହରାଇ ଲଡୁଗାଁ ଟିମ ଚମ୍ପିୟାନ।
କଳାହାଣ୍ଡି,୧୯/୦୧
କଳାହାଣ୍ଡି ଜିଲ୍ଲା,ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳର ପଦ୍ମପୁର ଠାରେ ରବିବାର ଦିନ ମାଁ ଭଣ୍ଡାରଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଉଦିତ ନାରାୟଣ ଠାକୁରଙ୍କ ସଭାପତିତ୍ରରେ ମୁଖ୍ୟ ଅତିଥୁ ଭାବେ ତେଣ୍ଡାପାଲି ସରପଞ୍ଚ ଶ୍ରୀଯୁକ୍ତ ଗୌଳଚନ ଗୋପାଳ, ସମ୍ମାନୀତ ଅତିଥିଭାବେ ଧର୍ମଗଡ଼ ବ୍ଲକ ୨ନମ୍ୱର ଜୋନ ର ଜିଲ୍ଲା ପରିଷଦ ଶଙ୍କର ପ୍ରସାଦ ଯୁଏଡ ଓ କୋକସରା ବ୍ଲକ ର ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେଡି ର ଯୁବ ନେତା ପ୍ରଶାନ୍ତ ତିୱାରୀ,ଓ ବିଜେପିର ଚନ୍ଦ୍ର ବାଗ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠିତ ହୋଇଥିବା ଏହି ଫାଇନାଲ୍ ଖେଳରେ ଲଡୁଗାଁ କ୍ରିକେଟ୍ ଟିମ୍ ଟସ୍ ଜିଣି ପ୍ରଥମେ ବେଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ଓଭରରେ ୧୦ୱେକେଟ ବିନିମୟରେ ୯୨ରନ୍ ସଂଗ୍ରହ କରିଥିବାବେଳେ ଦଲସର୍ଗି ଦଳ ୧୨ ଓଭରରେ ୧୦ୱିକେଟରେ ୬୧ରନ ସଂଗ୍ରହ କରି ପରାଜୟ ହୋଇଥୁଲା I ବିଜୟ ଲାଭ କରିଥିବା ଲଡୁଗାଁ ଟିମ୍ କୁ ସରପଞ୍ଚ ଶ୍ରୀଯୁକ୍ତ ଗୌଳଚନ ଗୋପାଳ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ଏବଂ ଦଲସର୍ଗୀ ଟିମକୁ ୨ ନମ୍ୱର ଜିଲ୍ଲା ପରିଷଦ ଶଙ୍କର ପ୍ରସାଦ ଜୁଏଡ ରନରସ ଅପ ଟ୍ରଫି ପ୍ରଦାନ କରିଥିଲେ I ଲଡ଼ୁଗାଁ ଟିମର ପିଣ୍ଟୁ ମେନଅଫ ଦ ସିରିଜ୍ ଏବଂ ଦଳସର୍ଗି ଟିମର ଲୋକନାଥ ଙ୍କୁ କମିଟିର ସଦସ୍ୟ ଦୁଷ୍ମନ୍ତ ଗୋପାଳ ମେନ୍ ଅଫ ଦ ମେଚ୍ ଟ୍ରଫି ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ଶ୍ରୀକାନ୍ତ ପଣ୍ଡା,ଏବଂ ସୁବାଷ ଗୋପାଳ,ଖେଳ ପରିଚାଳନା କରିଥିବା ବେଳେ ରଜତ ପଟ୍ଟନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ।ଚୌବନ, ତୁଳା, ରିଙ୍କୁ, ହିମାଂଶୁ ବିଟୁ, ଦୀନବନ୍ଧୁ, ନବୀନ, ସୁଧୀର ସମେତ କମିଟିର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ I

