Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ରାସ୍ତାରେ ରହିବନି ଅଚଳ ଗାଡି; ଦେଖିଲେ ଉଠାଇନେବ ବିଏମ୍‌ସି

ଭୁବନେଶ୍ବର: ଏଣିକି ରାସ୍ତାରେ ରହିବନି ଅଚଳ ତଥା ବ୍ୟବହାର ହେଉନଥିବା ଗାଡି। ଅଚଳ ତଥା ଅବ୍ୟବହୃତ ଗାଡି ଦେଖିଲେ ବିଏମସି ଉଠାଇ ନେବ। ଏ ନେଇ ବିଏମସି ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହିତ ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାରକୁ ମଧ୍ୟ ବିଏମ୍‌ସି ଉଠାଇ ନେବ ବୋଲି ସୂଚନା ମିଳିଛି। ରାସ୍ତା କଡରେ ଆଉ ଏସବୁ ଜିନିଷ ରଖିହେବ ନାହିଁ। ଏସବୁ କରୁଥିବା ମାଲିକଙ୍କୁ ବିଏମସି ପକ୍ଷରୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହି ସମୟ ଭିତରେ ଗାଡି ନହଟାଇଲେ ବିଏମସି ଆସି ଗାଡି ଉଠାଇନେବ ବୋଲି କୁହାଯାଇଛି ।

ଦୀର୍ଘ ଦିନ ଧରି ରାସ୍ତା କଡ଼ରେ ଏସବୁ ପଡ଼ିରହିଲେ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମଚାରୀ ସମସ୍ୟା ଭୋଗଉଛନ୍ତି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ