କୋକସରା କଂଗ୍ରେସ ଭବନ ରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ।
କଳାହାଣ୍ଡି,୨୭/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ କୋକସରା ବ୍ଲକ କଂଗ୍ରେସ ର ସଭାପତି ଲକ୍ଷ୍ମଣ ଶବର ଯୋଗଦେଇ ସକାଳ ୮:୩୦ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାସହ ସେ ନିଜ ଅଭିଭାଷଣ ରେ ୭୭ ତମ ଗଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣେଇବା ସହ ଦେଶର ଅଖଣ୍ଡତା,ଏକାଗ୍ରତା, ଦେଶ ର ସ୍ୱାଧୀନତା ଓ ସମ୍ବିଧାନ ସୁରକ୍ଷା ରେ କଂଗ୍ରେସ ଦଳ ର ପୃଷ୍ଠଭୂମି ଉପରେ ମତ ପ୍ରକାଶ କରିବା ସହ କଂଗ୍ରେସ ଦଳ ର ପୂର୍ବ ଗୌରବ କୁ ଫେରାଇ ଆଣିବାକୁ ଲୋକଙ୍କ ସହ ଜଡିତ ରହି କାର୍ଯ୍ୟ କରିବାକୁ ଦଳୀୟ କର୍ମୀ।ଙ୍କ ନିକଟରେ।ମତ ରଖିଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସର ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧଙ୍ଗଡା ମାଝୀ,କେଶବ ଚନ୍ଦ୍ର ନାଏକ, ମାର୍କଣ୍ଡ ବେମାଲ, କାମଦେବ ଧଙ୍ଗଡା ମାଝୀ,ଘନଶ୍ୟାମ ନାଏକ,ଅରୁଣ କୁମାର ମାଝୀ, ତ୍ରିଭୁବନ ନାଏକ, ଅଭିମନ୍ୟୁ ପଟ୍ଟନାୟକ,ନବୀନ ନାଏକ, କୃପାସିନ୍ଧୁ ବାଗ,କମଳ ଲୋଚନ ନାଏକ, ପରମେଶ୍ବର ଶଗଡ଼ିଆ,ଚନ୍ଦ୍ର ଶେଖର ବାଗ, ନାରିନେତ୍ରୀ ଫୁଲତୋଳା ଖମାରି ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

