କୋକସରା ବ୍ଲକ ର ନୂତନ ୩ ଗୋଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମଗଡ ବିଧାୟକ।
କଳାହାଣ୍ଡି,୩୦/୦୧
ରାଜ୍ୟ ସରକାରଙ୍କ ନିକଟରେ ଅଞ୍ଚଳବାସୀ ଙ୍କ ବିଭିନ୍ନ ସମୟରେ ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ଦାବି କୁ ଦୃଷ୍ଟିରେ ରଖି ଶୁକ୍ରବାର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ କୋକସରା ବ୍ଲକ ର ବେହେରା ରୁ ଦାବ୍ରିଗୁଡା, ସାନ ପୋଡ଼ାଗୁଡା ରୁ ମଙ୍ଗଳପୁର ରାସ୍ତା ଓ କୋକସରା ଓ ଧର୍ମଗଡ ବ୍ଲକ କୁ ସଂଯୋଗ ରେ ବାଧା ସୃଷ୍ଟି କରୁଥିବା ମଙ୍ଗଳପୁର ନଦୀ ଉପରେ ଏକ ସୁଉଚ୍ଚ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ବିଧାୟକ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ସହ ଲୋକଙ୍କ ସରକାର ରେ ସମସ୍ତ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଜାରି ରହିବ ବୋଲି କହିଥିଲେ। ଏହି ତିନିଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ମିଳିବା ପରେ କାର୍ଯ୍ୟାଦେଶ ଦିଆଯାଇଛି।ସୂଚନାମତେ ସାନ ପୋଡ଼ାଗୁଡା ଅଞ୍ଚଳ ରୁ ଧର୍ମଗଡ଼ ବ୍ଲକ କୁ ସଂଯୋଗ କରୁଥିବା ରାସ୍ତା ଓ ପୋଲ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ଙ୍କ ସହ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ କୁମାର ପଣ୍ଡା, ବିଜେପି ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ମାଝୀ, ଆମପାଣି ଯୋନ ମଣ୍ଡଳ ସଭାପତି ମଧୁବନ ପାତ୍ର, ଆମପାଣି ମଣ୍ଡଳ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରି,ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି,ଆମପାଣି ଯୋନ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା,ସନ୍ତୋଷ କୁମାର ମାଝୀ,ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ବିଜେପି ନାରିନେତ୍ରୀ ଧରିତ୍ରୀ ବାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ କାନନ ପ୍ରଧାନ, ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

