ମହିଜୁରିଆ ପଡ଼ାବାସି ପାଣି ପାଇଁ ଡହକ ବିକଳ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ମହିଜୁରିଆ ପଡାବାସି ପାଣି ପାଇଁ ଡହଳ ବିକଳ ହୋଇ ଜମି ଭିତରେ ଥିବା କୁଅର ପାଣି ବ୍ୟବହାର କରୁଛନ୍ତି। ଉକ୍ତ ପଡ଼ାରେ ଥିବା ସୋଲାର ପ୍ରକଳ୍ପ ପ୍ରାୟ ଦୁଇ ମାସରୁ ହେବ ଅଚଳ ଅବସ୍ଥାରେ ପଡି ରହିଛି। ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ଙ୍କୁ ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି। ଏପରିକି ପଡାରେ ପାଣି ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ପଡାବାସି ବଧ୍ୟ୍ୟ ହୋଇ ଜଙ୍ଗଲ ଭିତର ଜମିରେ ଥିବା ଏକ ଖୋଳା କୂଅରୁ ପାଣି ଆଣି ବ୍ୟବହାର କରୁଛନ୍ତି। ହେଲେ ବିଡମ୍ବନାର ବିଷୟ ଏହିକିଯେ, ପଡାବାସି ବ୍ୟବହାର କରୁଥିବା କୂଅ ଏକ ଖୋଳା କୂଅ ଥିବା ଯୋଗୁଁ ଉକ୍ତ ପାଣି ବ୍ୟବହାର କରି ରୋଗା କ୍ରାନ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ଗୋଟିଏ ପଟେ ଲୋକଙ୍କ ସରକାର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ବିଭିନ୍ନ ଯୋଜନା କରୁଥିବା ବେଳେ ଅନ୍ୟ ପଟେ ଖୋଦ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଙ୍କ ନିର୍ବାଚନୀୟ ଅଞ୍ଚଳର ଜନସାଧାରଣଙ୍କୁ ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଯାହାକି ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା, ଉଦାସୀନତା ଯୋଗୁଁ ସାଧାରଣ ଲୋକେ ନିଜ ମୌଳିକ ସୁଭିଧା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏଣୁକରି ମହିଜୁରିଆ ବାସିଙ୍କୁ ଯଥାଶୀଘ୍ର ପାଣି ଯୋଗାଇ ଦେବା ସହିତ ଖରାପ ଥିବା ସୋଲାର ପ୍ରକଳ୍ପ ମରାମତି କରିବାକୁ ମହିଜୁରିଆ ପଡାବାସି ଦାବି କରିଛନ୍ତି। ଏସମ୍ପର୍କରେ ଗୁଣ୍ଡରୁଚୁଆଁ ସରପଞ୍ଚ ସୁରେଖା ମୁଣ୍ଡାଙ୍କ ସହିତ ଯୋଗାଯୋଗ ହୋଇ ନପାରିବାରୁ ଜମନକିରା ବିଡ଼ିଓ ଙ୍କୁ ପଚରା ଯାଇଥିଲା। ସେ କହିଥିଲେ କି ମୋ ପାଖରେ କିମ୍ବା ଆମ ଆରଡବ୍ଲୁଏସଏସ ବିଭାଗ ପାଖକୁ କୌଣସି ଅଭିଯୋଗ ଆସିନାହିଁ ମୁଁ ଆପଣଙ୍କ ଠାରୁ ଅବଗତ ହେଉଛି ଏବଂ ଦୁଇ ରୁ ତିନି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରି ତାଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ନିଜ ପ୍ରତିକ୍ରିୟାରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ କହିଛନ୍ତି।

