ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସାଧାରଣ ବୈଠକ ପାଇଁ ପ୍ରସ୍ତୁତି ବୈଠକ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ବାବା ମୁକ୍ତେଶ୍ଵର ଧାମ ମଣ୍ଡପରେ ଆଜି ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ କମିଟିର ସଭାପତି ଗୋକୁଳା ନନ୍ଦ ଦାନୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ଫେବୃଆରୀ ୨୩ ତାରିଖ ଦିନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସାଧାରଣ ସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟତଃ ଏହି ବୈଠକରେ ବରିଷ୍ଟ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସଙ୍ଗଠନ କୁ କିପରି ସୁଦୃଢ କରି ବରିଷ୍ଟ ଲୋକଙ୍କ ସମସ୍ୟା କୁ ସରକାରଙ୍କ ଦୃଷ୍ଟି କୁ ଆଣି ତାର ପ୍ରତିକାର କରାଯାଇ ପାରିବ। ସେ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ଜମନକିରା ବ୍ଲକ ସ୍ତରୀୟ ବରିଷ୍ଟ ନାଗରିକ କମିଟିର ସଭାପତିଙ୍କ ସମେତ ସାଲେକରାମ ପ୍ରଧାନ, ରବୀନ୍ଦ୍ର ମଲ୍ଲିକ, ଅମରେଶ୍ୱର ସ୍ୱାଇଁ, ସରୋଜ ପଟ୍ଟନାୟକ, କିଶୋର ମହାପାତ୍ର, ବିପିନ ସାହୁ, ହିମାଦ୍ରୀ ସାହୁ, ଧନେଶ୍ଵର ପ୍ରଧାନ, କିଶୋର ପଟେଲ, ଶରତ ପଟେଲ, ଲକ୍ଷ୍ମଣ ନାଏକ, ଅଭିମନ୍ୟୁ ଖଡିରତ୍ନ, ସୁରେଶ ପଟେଲ, ଦେବାନନ୍ଦ ପ୍ରଧାନ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବ୍ଲକ ଅଞ୍ଚଳରୁ ବହୁ ବରିଷ୍ଟ ନାଗରିକ ଏଥିରେ ଯୋଗ ଦେଇଥିଲେ।

