Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତୀୟ ଅଘରିଆ ସମାଜ ଗୁଡ଼ି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଜମନକିରା : ଅଖିଳ ଭାରତୀୟ ଅଘରିଆ ସମାଜର ଓଡ଼ିଶା ରାଜ୍ୟ ସ୍ତରୀୟ ସମ୍ମିଳନୀ ଆଗାମୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲା ତାଳମୁଣ୍ଡା ଗ୍ରାମ ଠାରେ ଅନୁଷ୍ଠିତ ହେବ।ଏହାର ସଫଳତା ପାଇଁ ବାମଣ୍ଡା ଆଞ୍ଚଳିକ ସମ୍ମିଳନୀ ପରେ ବିଭିନ୍ନ ଗୁଡ଼ି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାର ଅବ୍ୟାହତ ରହିଛି। ଏହି କ୍ରମରେ ଜାମୁମାଲ ଗ୍ରାମରେ ଗୁଣ୍ଡୁରୁଚୁଆଁ ଗୁଡ଼ିର ସଭାପତି ସୁବାସ ପଟେଲଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଖିଳ ଭାରତ ଅଘରିଆ ସମାଜର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି, ଆଞ୍ଚଳିକ ସମ୍ପାଦକ ଅଶୋକ ପଟେଲ ସମ୍ମାନିତ ଅତିଥି ଓ ଭୋଜପୁର ଗୁଡ଼ିର ସଭାପତି ବିରଞ୍ଚି ପଟେଲ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ଓବିସି ସଂଗଠନ ଓ ଅଘରିଆ ସମାଜ ସଂଗଠନକୁ ସଦୃଢ଼ କରିବାର ଆବଶ୍ୟକତା ଉପରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ କୁଚିଣ୍ଡା କଲେଜ ଅଧ୍ୟକ୍ଷ ଜୟ ନାରାୟନ ପଟେଲ, ମଣ୍ଡଳ ସଭାପତି ଅବସର ପ୍ରାପ୍ତ ପରମାଣପୂର କଲେଜ ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ସମ୍ପାଦକ ସରୋଜ ପଟେଲ, ଶିବ ଶଙ୍କର ପଟେଲ ଓ ଦିଲ୍ଲୀପ ପଟେଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିଥିଲେ। ରାଜ୍ୟ ସମ୍ମିଳନୀ କୁ ସଫଳ କରିବାକୁ ଆହ୍ବାନ ଦିଆଯାଇଥିଲା। ଶେଷରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ