Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଆଶ୍ରମ ସ୍କୁଲରେ ଆଜି ଶୁକ୍ରବାର ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାୟକ, ସମିତି ସଭ୍ୟ ଅଶୋକ କୁମାର ବାଘ, ଷଣ୍ଢପଥର ଏସଏସଡି ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ଓଏଭି ଅଧକ୍ଷ କୃଷ୍ଣଚନ୍ଦ୍ର ନନ୍ଦ, ଏବିଇଓ ଦେବକୀ ନାଏକ, ଡବ୍ଲୁଇଓ ଐଶର୍ଯ୍ୟ ନାୟକ, ଓଡ଼ିଶା ନିଖିଲ ଶିକ୍ଷକ ସଂଘ ସମ୍ବଲପୁର ସଭାପତି ଡ.ବିରେନ୍ଦ୍ର କୁମାର ପଟେଲ, ବଞ୍ଜାରି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଡ. ନୀଳମଣି ଝାଙ୍କର, ଅବସରପ୍ରାପ୍ତ ଶିକ୍ଷକ ନେତ୍ରାନନ୍ଦ ନାଏକ, ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୀବ ପ୍ରଧାନ, ଯାମୁମାଲ ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ, କଟଙ୍ଗପାଣୀ ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ରାଜ କିଶୋର ପ୍ରସାଦ, ବଡରମା ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ଛାତ୍ରଙ୍କୁ ପାଠ ପଢିବା ସହ ନିଜର ଲୁକ୍କାୟିତ ପ୍ରତିଭାକୁ ବିକାଶିତ କରିବା ଦିଗରେ ଯତ୍ନଶୀଳ ହୁଅ, ଧର୍ଯ୍ୟ ଓ ସାହାସ ରଖି କାର୍ଯ୍ୟ କର, ସମୟର ସଦ ଉପଯୋଗ କର, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ଛାତ୍ରଙ୍କୁ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଦାୟିତ୍ଵ, ଦେଇ କର୍ତ୍ତବ୍ୟ ନିଷ୍ଠା, ଏକାଗ୍ରତା, ସତ୍ୟବାଦୀତା, କର୍ମତତ୍ପର ଏବଂ ପରୋପକାରି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀ ଛାତ୍ର ମାନଙ୍କୁ ଦାୟିତ୍ଵ ବୋଧତା ଉପରେ ଗଳ୍ପ ମାଧ୍ୟମରେ ବୁଝାଇଥିଲେ। ସଭାକୁ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଉର୍ମିଳା ସିଂ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଅବନ୍ତି ସୁନାନୀ ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ପ୍ରମୁଖ ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ସମ୍ମାନୀତ କରାଯାଇଥିଲା।ଶେଷରେ ବରିଷ୍ଠ ସହକାରୀ ଶିକ୍ଷକ କାହୁଁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତି କିସାନ, ଦମୟନ୍ତୀ ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ