ଏକାଡେମୀ ଅଫ କମ୍ପ୍ୟୁଟର ଏଯୁକେସନ (ଏ.ସି.ଇ.)ର ରୌପ୍ୟ ଜୟନ୍ତୀ; ଛାତ୍ରଛାତ୍ରୀଙ୍କ ୨୫ ୟୁନିଟ ରକ୍ତଦାନ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସ୍ଥିତ ଅଗ୍ରଣୀ କପ୍ୟୁଟର ଶିକ୍ଷା କେନ୍ଦ୍ର ଏକାଡେମୀ ଅଫ କମ୍ପ୍ୟୁଟର ଏଜୁକେଶନ( ଏ.ସି. ଇ.)ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପଦ୍ମ ଲୋଚନ ବିଲ୍ଡିଂ ପରିସରରେ ମହା ସମାରୋହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମାଜସେବୀ ଡାକ୍ତର ହୃଦାନନ୍ଦ ନାୟକ ମୁଖ୍ୟଅତିଥି, ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ, ଓଡ଼ିଆ ସିନେମା ନିର୍ଦ୍ଦେଶକ ଡ଼.ଦିଲ୍ଲୀପ କୁମାର ପାଣି, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ, କୁଚିଣ୍ଡା କଲେଜ ଆଲୁମିନି ସଭାପତି ପ୍ରଫୁଲ୍ଲ ସାହୁ ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ଗଣ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ସହ ରକ୍ତ ଦାନର ଆବଶ୍ୟକତା ଓ ରକ୍ତ ଦାତାଙ୍କ ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଏସିଇ ବର୍ତ୍ତମାନ ଓ ପୂର୍ବତନ ଛାତ୍ର ଛାତ୍ରୀ ମାନେ ମୋଟ ୨୫ ୟୁନିଟ ରକ୍ତଦାନ କରିଥିବା ବେଳେ ନିଜ ନିଜ ଅଞ୍ଚଳରେ ମଧ୍ୟ ରକ୍ତ ଦାତା ସୃଷ୍ଟି କରିବାକୁ ଶପଥ ବଦ୍ଧ ହୋଇଥିଲେ। ସମସ୍ତ ରକ୍ତଦାତାଙ୍କୁ ଅତିଥି ଗଣ ମାନପତ୍ର ଓ ମୋମଣ୍ଟୋ ଦେଇ ସମ୍ମାନିତ କରିଥିଲେ । ସେହି ପରି ଅନୁଷ୍ଠାନ ପକ୍ଷରୁ ଅତିଥି ଗଣଙ୍କୁ ଫୁଲ ଚାରା ଦେଇ ସମ୍ମାନିତ କରାଯାଇଥିଲା। ରୌପ୍ୟ ଜୟନ୍ତୀ କୁ ବର୍ଷ ସାରା ପାଳନ କରାଯିବାକୁ ନିର୍ଦ୍ଦେଶକ ଶର୍ମା ଘୋଷଣା କରିଥିଲେ। ରକ୍ତ ଦାନ କାର୍ଯ୍ୟକ୍ରମକୁ କୁଚିଣ୍ଡା ରେଡକ୍ରସ ରକ୍ତ ଭଣ୍ଡାରର ପ୍ରମୋଦ କୁମାର ପଟେଲ ଓ ମାନସ ମହଲା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଞ୍ଜିତା ପଳେଇ, ଆରତି କୁସୁମ ଓ ହୋଟେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶତାଧିକ ଛାତ୍ର,ଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

