Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମ୍ରିତା ସିଂ ଧର୍ଷଣ ଓ ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାଲି ସହ ପ୍ରତିବାଦ ସଭା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ଗ୍ରାମରେ ଗତ ୨୪ ତାରିଖ ଦିନ ଘଟିଥିବା ଅମ୍ରିତା ସିଂ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। କିନ୍ତୁ ଧର୍ଷଣ ଏବଂ ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଏନେଇ ଆଜି ଆଞ୍ଚଳିକ ଗୁଣ୍ଡୁରୁଚୁଆଁ ମହିଳା ମଞ୍ଚ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ରାଲି ସହ ପ୍ରତିବାଦ ସଭା କରିଥିଲେ। ମଞ୍ଚର ବରିଷ୍ଠ ସଦସ୍ୟା ଅଞ୍ଜନା କିସାନ ଏବଂ ସବିତା ପଟେଲଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକତ୍ରିତ ହୋଇଥିଲେ। ଏଥିସହ ଏହି ଧର୍ଷଣ ଓ ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଉପରେ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରିବା ସହ ସ୍ଲୋଗାନ ଦେଇ ଗୁଣ୍ଡୁରୁଚୁଆଁ ଗ୍ରାମରେ ପରିକ୍ରମା କରିଥିଲେ।ଆଗାମୀ ଦିନ କୁଚିଣ୍ଡା ଥାନା ସହିତ ଏସପି ଅଫିସ ଘେରାଉ କରିବା ପାଇଁ ସଭାରେ ନିଷ୍ପତ୍ତି ନେଇଛନ୍ତି। ସୁଚନା ଅନୁସାରେ ଗ୍ରାମର ଅତୁଆର ସିଂ ଙ୍କ ନାବାଳିକା ଝିଅ ଅମ୍ରିତା (୧୭) ଗତ ୨୩ ତାରିଖ ସନ୍ଧ୍ୟା ୬.୩୦ ରେ ଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଘରୁ ବାହାରି ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲା। ୨୪ ତାରିଖ ସକାଳୁ ଗ୍ରାମର କିଛି ବ୍ୟକ୍ତି ପାଣି ଟାଙ୍କୀ ପରିସରେ ଅମ୍ରିତା ଶବ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଏବଂ କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ। କୁଚିଣ୍ଡା ପୋଲିସ ଏକ ମାମଲା ରୁଜୁ କରି ମୂଖ୍ୟ ଅଭିଯୁକ୍ତ କୁ ଗିରଫ କରି ଚୁପ ଚାପ୍ ବସିଯାଇଥିବା ପ୍ରତିବାଦରେ ଆଜି ଏକ ସଭା ଓ ରାଲି କରାଯାଇଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ