Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ

ଜମନକିରା : ଜମନକିରା ବ୍ଲକ ବାବା ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଜି ସୋମବାର ଦିନ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜମନକିରା ବ୍ଲକ ବରିଷ୍ଠ ନାଗରିକ ସଂଘର ସଭାପତି ଗୋକୁଳା ନନ୍ଦ ଦାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସଭାପତି ଅନ୍ତର୍ଯ୍ୟାମୀ ପାଣି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ପଶ୍ଚିମ ଓଡ଼ିଶା ଉପ ସଭାପତି ସଦାନନ୍ଦ ସୁନାବର୍ଷି, ଜିଲ୍ଲା ଉପ – ସଭାପତି ଧୀରେନ୍ଦ୍ର କୁମାର ମହାନ୍ତି, ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ବାମରାର ଯୋଗବିହାରୀ ପରିଡ଼ା ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା” ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୁଷମାଲ୍ୟ ପ୍ରଦାନ ପୂର୍ବକ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇଥିଲା। ଅଭିଭାଷଣ ମାଧ୍ୟମରେ ଅତିଥିଗଣ ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ଦ୍ଵାରା ମିଳୁଥିବା ସୁବିଧା ସୁଯୋଗ ଉପରେ ବକ୍ତବ୍ୟ ରଖିଥିଲେ। ଏଥିସହ ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କିପରି ହୋଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କ୍ରମରେ ୮୦ ବର୍ଷରୁ ଅଧିକ ହୋଇଥିବା ବରିଷ୍ଠ ନାଗରିକ ଭିକାରୀ ଚରଣ ଚୌଧୁରୀ, ବିଶିକେଶନ ପଟ୍ଟନାୟକ, ବସନ୍ତ ନାୟକ, ମଧୁସୂଦନ ନାୟକ, କଜ୍ବଳି ସାହୁ, ଇନ୍ଦ୍ରମଣି ନାୟକ ପ୍ରମୁଖଙ୍କ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବାମରା ବ୍ଲକ ସଭାପତି ଯୋଗ ବିହାରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଭିନ୍ନ ବ୍ଲକ ରୁ ଆସିଥିବା ବରିଷ୍ଠ ନାଗରିକ ଗଣ ବାବା ମୁକ୍ତେଶ୍ଵର ଧାମ ଠାରେ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ। ଏଥିରେ ଜମନକିରା ବ୍ଲକ ସ୍ତରୀୟ ବରିଷ୍ଟ ନାଗରିକ କମିଟିର ସଭାପତିଙ୍କ ସମେତ ସାଲେକରାମ ପ୍ରଧାନ, ରବୀନ୍ଦ୍ର ମଲ୍ଲିକ, ଅମରେଶ୍ୱର ସ୍ୱାଇଁ, ସରୋଜ ପଟ୍ଟନାୟକ, କିଶୋର ମହାପାତ୍ର, ବିପିନ ସାହୁ, ହିମାଦ୍ରୀ ସାହୁ, ଧନେଶ୍ଵର ପ୍ରଧାନ, କିଶୋର ପଟେଲ, ଶରତ ପଟେଲ, ଲକ୍ଷ୍ମଣ ନାଏକ, ଅଭିମନ୍ୟୁ ଖଡିରତ୍ନ, ଦେବାନନ୍ଦ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ। ସମ୍ବଲପୁର ଜିଲ୍ଲା ତଥା ବ୍ଲକ ଅଞ୍ଚଳରୁ ବହୁ ବରିଷ୍ଟ ପୁରୁଷ ଓ ମହିଳା ନାଗରିକ ଏଥିରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ