Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାର୍ଯ୍ୟରେ ଅବହେଳା ଯୋଗୁ ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର: ଡ୍ୟୁଟି ପରିଚାଳନାରେ ଚରମ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ରାଜ୍ୟର ୨୨୩ ଟି କଲେଜର ଅଧ୍ୟକ୍ଷ, ମୁଖ୍ୟ କିରାଣୀ ଓ କିରାଣୀଙ୍କ ଦରମା ବନ୍ଦ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ କାର୍ଯ୍ୟରେ ଅବହେଳା ଯୋଗୁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ଜିଲ୍ଲାର ୨୨୩ ଟି କଲେଜର ଅଧ୍ୟକ୍ଷ ଏବଂ ଅନ୍ୟ କର୍ମଚାରୀଙ୍କ ବେତନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଏହି କଲେଜଗୁଡିକର ସମସ୍ତ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଚିଠିରେ ବାରମ୍ବାର ସ୍ମାରକପତ୍ର ସତ୍ତ୍ୱେ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ପୂର୍ବ ନିର୍ଦ୍ଦେଶକୁ ପାଳନ ନକରିବା ବିଷୟରେ ବିଭାଗ ଉଲ୍ଲେଖ କରିଛି। ବାରମ୍ବାର ସ୍ମାରକପତ୍ର ଦେବା ପରେ ମଧ୍ୟ ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତରରେ ଏହି କଲେଜଗୁଡ଼ିକର ଅଧ୍ୟକ୍ଷମା‌ନେ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଥିଲେ।

ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେବା ସହିତ ସରକାରୀ କର୍ତ୍ତବ୍ୟ ତୁଲାଇବାରେ ଚରମ ଅବହେଳାକୁ ପ୍ରଦର୍ଶନ କରୁଛି ବୋଲି ଚିଠିରେ ଦର୍ଶାଯାଇଛି। ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।