Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଗୋଟାଏରେ ଜଳିଗଲା ହାର୍ଭେଷ୍ଟର:ଆଇନକୁ ଆଖିଠାର!

ସମ୍ବଲପୁର : ମାନେଶ୍ୱର ବ୍ଲକରେ ଘଟିଛି ଏକ ଅଘଟଣ। ଏକ ଚାଷ ଜମିରୁ ଧାନ କାଟିବାକୁ ଯାଇଥିବା ବେଳେ ଜଳି ଯାଇଛି ହାର୍ଭେଷ୍ଟର ଧାନ କଟା ଗାଡି । ଏହା ଦେଖିବାକୁ ମିଳିଛି ଆଜି ପୁଟିଆପାଲିରେ। ଦିନ ଗେଟାଏ ସମୟରେ ଏଭଳି ଦୁର୍ଘଟନା ଘଟିଥିବା ଖବର ମିଳିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ଚାଲକ। ନିଆଁ ଲାଗିବା ଜାଣି ସେ ଗାଡିରୁ ଡେଇଁ ପଡିଥିଲେ । ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା । ଏହି ଅଘଟଣ ସଟ୍ ସର୍କିଟ୍ ଯୋଗୁଁ ହୋଇଥିବା କୁହାଯାଉଥିବା ବେଳେ ସରକାରୀ ନିୟମକୁ ଉଲଙ୍ଘନ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି।ତାପରେବି ଏଭଳି ଘଟଣାରେ କୌଣସି ସ୍ତରରେ ଦକ୍ଷତା ଭଳି ଉଚିତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ସମୟ ଜ୍ଞାନହିଁ ଓଡିଶାର ଧନ ଜୀବନ ନଷ୍ଟ ହେବାର ମୁଖ୍ୟ କାରଣ ବୋଲି ସମାଜ ବିଶେଷଜ୍ଞ ମାନେ କହିଛନ୍ତି। ବିଭିନ୍ନ ବିଭଗୀୟ ଅଧିକାରୀ ଓ ସ୍ଥାନୀୟ ନେତୃତ୍ୱ ମାନେ ଯଦି ସରକାରଙ୍କ କାର୍ଯ୍ୟାଦେଶକୁ ଫଲୋଅଫ କରୁଥାନ୍ତେ ତେବେ ଏଭଳି ଘଟଣାକୁ ସହଜରେ ଏଡା ଯାଇପାରିଥାନ୍ତା ବୋଲି ଜଣେ ସମାଜ ବିଶେଷଜ୍ଞ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ