Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ଭିକେ ପାଣ୍ଧିଆନ : ସମଲେଶ୍ବରୀ ମନ୍ଦିର କାର୍ଯ୍ୟର ତଦାରଖ ପରେ କଲେ ସମୀକ୍ଷା

ମାଁ ସମଲେଶ୍ବରୀ ମନ୍ଦିରର ହେଉଛି ନବ କଳେବର। ମନ୍ଦିର ଚତୁର୍ପାଶ୍ୱ ଅତ୍ୟାଧୁନିକ ସାଜ ସଜ୍ୱାରେ ସଜେଇ ହେବାକୁ ଥିବାବେଳେ ଏହି କାମର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ। ଆଜି ସକାଳେ ନିର୍ଦ୍ଧାରିତ ସମୟରେ ପାଣ୍ଡିଆନ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିଥିବା ବେଳେ ମନ୍ଦିର କମିଟି ପକ୍ଷରୁ ଉଜ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ନିର୍ମାଣଧିନ ସମଲେଶ୍ବରୀ ମନ୍ଦିର ବିକାଶ ଅଞ୍ଚଳ ପରିଦର୍ଶନ କରିବା ପରେ ଏହି କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୟରେ ଜିଲ୍ଲାପାଳ ଅନନ୍ୟା ଦାଶ,ସମଲେଶ୍ବରୀ ଟ୍ରଷ୍ଟ୍ ସଭାପତି ସଞ୍ଜୟ ବାବୁଙ୍କ ସମେତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟର ଅଗ୍ରଗତି ପାଇଁ ୫ଟି ସଚିବ ଗୁରୁତ୍ୱ ଦେଇଥିବା ବେଳେ ସମଲେଶ୍ବରୀ ବିକାଶ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ସମ୍ବଲପୁର ଏକ ସ୍ୱତନ୍ତ୍ର ସ୍ଥାନ ବହନ କରିବ ବୋଲି ବିଶ୍ୱାସ କରାଯାଉଛି ।