Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ତହସିଲ କାର୍ଯ୍ୟାଳୟରେ ସ୍ଵ-ଗଣନା ଏବଂ ଗୃହ-ଗଣନା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ଆଜି ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସ୍ଵ-ଗଣନା ଏବଂ ଗୃହ-ଗଣନା ନେଇ ସଚେତନତା କାର୍ଯ୍ୟକ୍ରମ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏଥିରେ ପ୍ରଶାସନ ପକ୍ଷରୁ ତହସିଲଦାର ପ୍ରବୀଣା ବିଲୁଙ୍ଗ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ଲୋକ ପ୍ରତିନିଧି ଭାବେ ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, ମନ୍ତ୍ରୀ ପ୍ରତିନିଧି ମନୋଜ କୁମାର ମାଝୀ, ଟିକିଲିପଡ଼ା ସରପଞ୍ଚ ଅଜିତ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ସଚେତନତା ଶିବିର କୁ ତହସିଲ କାର୍ଯ୍ୟାଳୟର କିରାଣୀ ତରୁଣ କୁମାର ପଧାନ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ପ୍ରଶିକ୍ଷକ ଭାବେ ଜମନକିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଧୀରେନ୍ଦ୍ର କୁମାର ସାହୁ ପ୍ରୋଜେକ୍ଟର ମାଧ୍ୟମରେ ବୁଝେଇ ଥିଲେ। ଆଜିର ସଚେତନତା ବାର୍ତ୍ତାର ମୁଖ୍ୟ ବିଷୟ ହେଲା ଅନଲାଇନ ମାଧ୍ୟମରେ ଜଣେ ବ୍ୟକ୍ତି ସ୍ଵ – ଗଣନା କରିପାରିବ। ଏବଂ ଯେତେ ବେଳେ ଗଣନା ପାଇଁ କର୍ମକର୍ତ୍ତା ଆସିବେ ସେତେ ବେଳେ ମିଳିଥିବା ସଫଳତା ପଞ୍ଜୀକୃତ ନମ୍ୱର କୁ ଦେଖେଇ ଗଣନା ବେଳେ ସହଯୋଗ କରି ଗଣନା କୁ ସମ୍ପୂର୍ଣ୍ଣ କରିପାରିବେ। ମାତ୍ର ଏହି ଅନଲାଇନ ସୁବିଧା କେବଳ ଏପ୍ରିଲ ୧ ତାରିଖରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ତେଣୁ ଉକ୍ତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ ରେ ପଞ୍ଜୀକୃତ କରିବା ପାଇଁ ଶିବିରରେ ସୂଚନା ପ୍ରଦାନ କରିଛନ୍ତି। ଅନଲାଇନ କଲାବେଳେ ଆପ୍ ରେ ଦର୍ଶାଯାଇଥିବା ତଥ୍ୟ ଗୁଡିକୁ ସଠିକ ଭାବେ ପୁରାଣ କରି ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି।ଆଜିର ସଚେତନତା ଶିବିରରେ ମୁଖ୍ୟ କିରାଣୀ ମୌନବ୍ରତ ସାହୁ, ଆଲୋକ କୁମାର ପଧାନ, ସଞ୍ଜୟ ମୁଣ୍ଡା, ମୁନୁକୁ ସେଠ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ