ସରକାରୀ ନିୟମ କୁ ସମ୍ପୂର୍ଣ୍ଣ ଫୁ-କଲେ ବେସରକାରୀ ସଂସ୍ଥା ବାଦିବାହାଲ ବେଥାନୀ କନଭେଣ୍ଟ ସ୍କୁଲ
ଜମନକିରା : ସାରା ରାଜ୍ୟରେ ଗ୍ରୀଷ୍ମ ତାପ ବଢ଼ିବାରେ ଲାଗିଛି। ତାତି ଅସହ୍ୟ ହେତୁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ପତ୍ର ଦ୍ୱାରା ଚଳିତ ମାସ ୨ ତାରିଖ ଠାରୁ ପ୍ରତ୍ୟହ ପୂର୍ବାହ୍ନ ସାଢେ଼ ୬ ଟା ରୁ ସକାଳ ସାଢ଼େ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବା ପାଇଁ କଡ଼ା ନିର୍ଦ୍ଦେଶ କରିଛନ୍ତି। ସକାଳ ସାଢେ଼ ୧୦ ଟା ପରେ ଛୁଟି କରାଯିବା କଥା। ମାତ୍ର ଏହା ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡିକରେ ଏହା ସଠିକ ଭାବେ ମାନୁ ନଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଘଟିଛି ଜମନକିରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ଟିକିଲିପଡ଼ା ପଞ୍ଚାୟତ ବାଦିବାହାଲ ସ୍ଥିତ ଘରୋଇ ସଂସ୍ଥା ବେଥାନୀ କନଭେଣ୍ଟ ସ୍କୁଲରେ।
ସୂଚନା ଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୮୬୫୧/୨-୪-୨୦୨୬ ରେ ପୂର୍ବାହ୍ନ ସାଢେ଼ ୬ ଟା ରୁ ପାଠ ପଢା ଆରମ୍ଭ ହୋଇ ସାଢେ଼ ୧୦ ଟାରେ ଛୁଟି ପ୍ରଦାନ କରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି। ଏଥିସହ ପିଇବା ପାଣିର ବ୍ୟବସ୍ଥା, ନଳକୂପ ଠିକ୍ ରଖିବା, ନିର୍ଦ୍ଧିଷ୍ଟ ଅନ୍ତରାଳରେ ଛୁଆ ମାନଙ୍କୁ ପାଣି ପିଆଇବା, ସ୍କୁଲ ବାହାରେ କୌଣସି ବାହିକ କାର୍ଯ୍ୟ ନକରିବା ଆଦି ନିୟମ ରଖାଯାଇଛି। ମାତ୍ର ଜମନକିରା ବ୍ଲକରେ ଏହି ନିୟମକୁ ୪ ତାରିଖ ଠାରୁ ଆରମ୍ଭ କରାଯାଇଛି। ତେବେ ପରିତାପର ବିଷୟ ଏହି ନିୟମ ଆଜକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ଟିକିଲିପଡ଼ା ପଞ୍ଚାୟତ ସ୍ଥିତ ବେଥାନି କନଭେଣ୍ଟ ସ୍କୁଲରେ ଆଜି ପର୍ଯ୍ୟନ୍ତ ସ୍କୁଲ ସାଢେ଼ ୧୧ ଟା ପର୍ଯ୍ୟନ୍ତ ଶିକ୍ଷା ଚାଲୁ ରହିଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ଏସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପଧାନଙ୍କୁ ଫୋନ କରାଯାଇଥିବା ବେଳେ ସେ କଲ ଉଠେଇ ନଥିବା ହେତୁ ତାଙ୍କ ମତାମତ ନିଆଯାଇ ପାରି ନଥିଲା। ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଦେବକୀ ନାଏକଙ୍କୁ ଯୋଗାଯୋଗ ପରେ ସେ ସମସ୍ତ ସ୍କୁଲକୁ ହୁୱାଟସାପ ମାଧ୍ୟମରେ ସୂଚନା ଦିଆଯାଇଛି ଏବଂ ସିଆରସିଶି ମାନଙ୍କୁ ମଧ୍ୟ କହିବା ପାଇଁ କୁହାଯାଇଛି ବୋଲି କହିଥିଲେ। ପରେ ଉପ-ଜିଲ୍ଲାପାଳ ସରଭରାନ ସି (ଆଇ.ଏ.ଏସ)ଙ୍କୁ ଯୋଗାଯୋଗ କରି ପଚାରିବାରୁ ମୁଁ ତଦନ୍ତ କରୁଛି ବୋଲି କହିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଆମ୍ଭମାନଙ୍କୁ ନୋଟିସ ମିଳି ନଥିବା ଯୋଗୁଁ ସ୍କୁଲ ସାଢେ଼ ୧୧ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଆସନ୍ତାକାଲି ଠାରୁ ସାଢେ଼ ୬ ଟା ରୁ ସକାଳ ସାଢ଼େ ୧୦ ଟା ଚାଲୁ ରଖିବା ପାଇଁ ନୋଟିସ କରାଯାଇଛି ବୋଲି କହିଥିଲେ।

