Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନାଥାଶ୍ରମ ଶିଶୁଙ୍କ ସହ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କଲେ ଉଭୟ ପିତା ଓ ପୂତ୍ରୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଅବସ୍ଥାନ କରୁଥିବା ବରିଷ୍ଟ ସାମ୍ବାଦିକ ତଥା ସମାଜ ସେବୀ ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ଏକମାତ୍ର ପୁତ୍ର ପ୍ରୀତମ କୁମାର ଦାନୀ ଓରଫ ରକି ଓ ନାତୁଣୀ ସାନଭି ଦାନୀ ଓରଫ ରୋନୀ ଉଭୟଙ୍କ ଆଜି ଏପ୍ରିଲ ୮ ତାରିଖରେ ଜନ୍ମ ଦିନ ଥିବାରୁ ସମ୍ବଲପୁର ନିକଟରେ ଥିବା ବାଳ ଆଶ୍ରମରେ ଆଜି ଜନ୍ମଦିନ ପାଳନ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ଦାନୀଙ୍କ ପରିବାର ବର୍ଗ ଅନାଥାଶ୍ରମ ଅନ୍ତେବାସୀଙ୍କ ସହ ପ୍ରଥମେ କେକ କାଟି ଜନ୍ମଦିନ ପାଳନ କରିଥିଲେ। ଏଥିସହ ଅନ୍ତେବାସୀ ପିଲା ମାନଙ୍କୁ ପେନ୍, ବହି ପତ୍ର ଆଦି ସାମଗ୍ରୀ ବଣ୍ଟନ କରିଥିଲେ। ଦିନ ସାରା ଅନ୍ତେବାସୀଙ୍କ ସହ ବିତେଇବାରୁ ସେମାନଙ୍କ ମୁଁହରେ ହସ ପରିଲିଖିତ ହେଲା ପରି ପରିବେଶ ସୃଷ୍ଟି ହୋଇଥିଲା। ଅନାଥାଶ୍ରମ ର ନାଁ ପ୍ରକାଶ ନକରିବା ପାଇଁ କହିବାରୁ ଅନୁଷ୍ଠାନର ନାଁ ଗୋପନ ରଖାଯାଇଛି। ସମସ୍ତଙ୍କ ସହ ମିଶି ଅନ୍ନ ପ୍ରସାଦ ବଣ୍ଟନ ଓ ସେବନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ